କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତର ଆଗମନରେ ଗଣମାଧ୍ୟମରେ ଖବର ପାଲଟିଛି ଚିଲିକା । ଶୀତ ଏବଂ ଅତିଥିଙ୍କୁ ନେଇ ଚିଲିକାରୁ ଆସିଛି ଖବର । ଶୀତର ଆଗମନରେ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଶୁଭିଲାଣି ଅତିଥିଙ୍କ କିଚିରି ମିଚିରି ଶଦ୍ଦ । ନୀଳ ଆକାଶରେ ମାଇଲ ମାଇଲ୍ ବାଟ ଅତିକ୍ରମ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଂଜର ମଙ୍ଗଳାଜୋଡି ଏବଂ ଏହାର ଆଖପାଖ ଅଂଚଳରେ ପହଂଚି ଗଲେଣି ବିଦେଶାଗତ ପକ୍ଷୀ ।
ଚଳିତ ବର୍ଷ କିଛି ସପ୍ତାହ ବିଳମ୍ବରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି ଚିଲିକାକୁ । ଯଦିଓ ରାଜ୍ୟରେ ଶୀତର ପ୍ରକୋପ ଅଧିକ ନାହିଁ ତଥାପି ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଚିଲିକାରେ ଦେଖିବାକୁ ମିଳୁଛି । ମଙ୍ଗଳାଜୋଡି ଏବଂ ଏହାର ଆଖପାଖ ଅଂଚଳରେ ଫ୍ଲେମିଙ୍ଗୋ, ପିଟେଂଲ, ସୋଭଲର, ଗଡୱାଲା ଆଦି ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଲକ୍ଷ୍ୟ କରାଯାଉଛି । ଚିଲିକାକୁ ଏବେ ସୁଦ୍ଧା ୧୦ ହଜାରରୁ ଅଧିକ ପକ୍ଷୀ ଆସିଥବା ବେଳେ ଶୀତ ବଢିଲେ ପକ୍ଷୀଙ୍କ ସଂଖ୍ୟା ବଢିବାର ଆଶା ରଖାଯାଇଥିବା କହିଛନ୍ତି ବାଲୁଙ୍ଗା ବନ୍ୟପ୍ରାଣୀ ଅଧିକାରୀ ।
ବଂଶବିସ୍ତାର ଆଶାରେ ବିଦେଶରୁ ଉଡିଆସୁଥିବା ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଚିଲିକାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରି ପକ୍ଷୀ ଶିକାରୀଙ୍କ ଉପରେ ନଜର ରଖିଛନ୍ତି ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-02-18h00m35s179.png)
/kanak/media/post_attachments/wp-content/uploads/2019/11/vlcsnap-2019-11-02-18h06m05s158-300x169.png)
/kanak/media/post_attachments/wp-content/uploads/2019/11/vlcsnap-2019-11-02-18h00m49s69-300x169.png)