ଚୋର ନେଇଗଲା ସାଇକେଲ, ଛାଡିଗଲା ଚିଠ । ଚିଠିରେ ଲେଖିଲା ମୁଁ ଜଣେ ଶ୍ରମିକ । ଆପଣଙ୍କ ନିକଟରେ ଦୋଷୀ । ମୋତେ କ୍ଷମା କରିଦେବେ ।

2,938

କନକ ବ୍ୟୁରୋ :  ଚୋର ନେଇଗଲା ସାଇକେଲ୍, ଛାଡିଗଲା ଚିଠି । ଆଉ ଚିଠିରେ ଲେଖା ରହିଛି ମୁଁ ଜଣେ ଶ୍ରମିକ । ମୁଁ ଅସହାୟ । ମୁଁ ଆପଣଙ୍କ ନିକଟରେ ଦୋଷୀ । ଆପଣଙ୍କର ସାଇକେଲକୁ ନେଇ ମୁଁ ଯାଉଛି । ମୋତେ କ୍ଷମା କରିଦେବେ । ମୋତେ ବରେଲି ଯାଏଁ ଯିବାକୁ ହେବ । ମୋ ନିକଟରେ କୌଣସି ସାଧନ ନାହିଁ । ମୋ ପାଖରେ ଏକ ବିକଳାଙ୍ଗ ଶିଶୁ ଟିଏ ଅଛି ।

ରାଜସ୍ଥାନର ଭରତପୁରରୁ ମହମ୍ମଦ ଇକବାଲ ସାଇକେଲରେ ପ୍ରାୟ ୨୫୦ କିଲୋମିଟର ବାଟ ଆସିଛନ୍ତି ୟୁପିର ବରେଲିକୁ । ଦେଶରେ ଏବେ ତାଲାବନ୍ଦ ସ୍ଥିତି । କାମ ବନ୍ଦ । ବଞ୍ଚିବାର ଅନ୍ୟ କୌଣସି ବାଟ ନାହିଁ । ଏପରି ସ୍ଥିତିରେ ସମସ୍ତେ ଅସହାୟ ଓ ଉପାୟଶୂନ୍ୟ ଘରକୁ ଫେରିବା ପାଇଁ । ଏପରି ସମୟରେ ରାଜସ୍ଥାନର ଭରତପୁରରୁ ଘରକୁ ଆସିବାକୁ ଯେତେବେଳେ ମହମ୍ମଦ ଇକବାଲ ସାଇକେଲ ଟିକୁ ଚୋରି କଲେ , ଏକ ଚିଠି ଛାଡି ଯାଇଥିଲେ । ଯେପରି ସାଇକେଲ ମାଲିକ ଏହାକୁ ଅନ୍ୟ କେହି ଚୋରାଇ ନେଇଥିବା ନଭାବନ୍ତୁ ।

ଏପରି ଘଟଣା ବର୍ତ୍ତମାନ ଦେଶରେ ତାଲାବନ୍ଦ ସ୍ଥିତି ଦିନ ମଜୁରିଆ ଖଟିଖିଆ ଶ୍ରମିକଙ୍କ ବାସ୍ତବ ସ୍ଥିତି କେତେ ସଙ୍ଗୀନ କରିଦେଇଚି ତାହା ପ୍ରମାଣ କରୁଛି । ଏହା ସହିତ ତାଲାବନ୍ଦରେ ଫସିଥିବା ଶ୍ରମିକଙ୍କ ଘରବାହୁଡା ନେଇ ସରକାରୀ ବ୍ୟବସ୍ଥା କେତେ ବିଫଳ ରହିଛି ତାହା ବି ପ୍ରମାଣ କରୁଛି ।