ଟ୍ରକରେ ଭର୍ତ୍ତି ହୋଇ ହାଇଦ୍ରାବାଦରୁ ବାଲେଶ୍ୱର ଆସିଲେ ଶ୍ରମିକ : ସହରରେ ପ୍ରବେଶ କରିବା ବେଳେ ଧରିଲା ପୁଲିସ, ସ୍ୱତନ୍ତ୍ର ଗାଡି କରି ସଙ୍ଗରୋଧ ଗୃହକୁ ପଠାଇ ଦେଲା ପ୍ରଶାସନ

1,058

କନକ ବ୍ୟୁରୋ : ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟୁଛି । ଟ୍ରକରେ ଭର୍ତି ହୋଇ ରାଜ୍ୟକୁ ଫେରୁଛନ୍ତି ଏକାଧିକ ପ୍ରବାସୀ ଓଡ଼ିଆ । ଆଜି ବାଲେଶ୍ୱର ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦରୁ ଆସିଛନ୍ତି । ହାଇଦ୍ରବାଦରୁ ପ୍ରଥମେ ଚାଲି ଚାଲି ଅଧାବାଟ ପର୍ଯ୍ୟନ୍ତ ଆସିଥିଲେ ପରେ ଟ୍ରକରେ ଆସି ବାଲେଶ୍ୱରରେ ପହଂଚିଛନ୍ତି । ବାଲେଶ୍ୱରରେ ପହଂଚିବା ମାତ୍ରେ ସେମାନଙ୍କ ଉପରେ ପଡ଼ିଥିଲା ପୋଲିସର ନଜର । ଏତେ ସଂଖ୍ୟାର ପ୍ରବାସୀ ଓଡ଼ିଆକୁ ଦେଖି ତୁରନ୍ତ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରି ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ପଠେଇ ଦେଇଥିଲା ପୋଲିସ ।

ସେପଟେ ଜମି ବନ୍ଧା ପକାଇ, ଭଡାରେ ଗାଡି କରି, ଭଦ୍ରକରେ ପହଂଚିଲେ ପ୍ରବାସୀ ଦମ୍ପତି । ଗତ ୩ ତାରିଖରେ ସୁରତରୁ ବସ ଯୋଗେ ଭଦ୍ରକ ଫେରୁଥିଲେ ଏହି ଓଡିଆ ପ୍ରବାସୀ ଦମ୍ପତି । ହେଲେ ବାଟରେ ତିହିଡି କୁବେରା ଗାଁର ସୁଶାନ୍ତ ବେହେରାଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ନାଗପୁର ମୁମ୍ବାଇ ହାଇୱେରେ ସେମାନଙ୍କୁ ଛାଡି ଚାଲି ଯାଇଥିଲା ବସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଳିଙ୍କୁ ମହାରାଷ୍ଟ୍ରର କାଲମେଶ୍ୱର ଗଣ୍ଡେଗେରି ଡାକ୍ତରଖାନା ନେବା ବାଟରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ସେଠାରୁ ଘରକୁ ଫେରାଇ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ଶୁସାନ୍ତ । ହେଲେ ଜିଲ୍ଲା ପ୍ରଶାସନ ଠାରୁ କୌଣସି ପଦକ୍ଷେପ ନିଆନଯିବାରୁ ନିଜ ଉଦ୍ୟମରେ ଗାଁର ଜଣ ବ୍ୟକ୍ତିଙ୍କ ସହଯୋଗରେ ନିଜ ଜମିକୁ ୨୮ ହଜାର ଟଙ୍କାରେ ବନ୍ଧକ ରଖି ଗାଡି ଭଡା କରି ଭଦ୍ରକ ଫେରିଛନ୍ତି ଏହି ଦମ୍ପତି । ଭଦ୍ରକରେ ପହଂଚିବା ପରେ ଉଭୟ ମାଆ-ଶିଶୁକନ୍ୟାର ଦେହ ଅସୁସ୍ଥ ହେବାରୁ ତାକୁ ଡାକ୍ତରଖାନାଙ୍କୁ ନିଆଯାଇଥିଲା । ସେଠରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ସେମାନେ ସୁସ୍ଥ ଅଛନ୍ତି ।