ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦୁଃଖଦ ଚିତ୍ର : ଲକଡାଉନରେ ହାଇଦ୍ରାବାଦରୁ ଚାଲିଚାଲି ଫେରିଲେ ଶ୍ରମିକ, କର୍ଣ୍ଣାଟକରୁ ବସ ଯୋଗେ ଭୁବନେଶ୍ୱରରେ ପହଚିଂଲେ ପ୍ରବାସୀ ଓଡିଆ

342

କନକ ବ୍ୟୁରୋ : ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦୁଃଖଦ ଖବର ଗୋଟିଏ ପରେ ଗୋଟିଏ ଆସିବାରେ ଲାଗିଛି । ଆଜି ହାଇଦ୍ରାବାଦରୁ ବାହାରିଥିବା ପ୍ରବାସୀ ଓଡିଆ ଶହ ଶହ କିଲୋମିଟର ଚାଲି ଚାଲି ଭୁବନେଶ୍ୱର ପହଂଚିଛନ୍ତି । ହାଇଦ୍ରାବାଦରୁ ଭୁବନେଶ୍ୱର ଆସିବା ମଧ୍ୟରେ ସେମାନେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି । କେବଳ ହାଇଦ୍ରାବାଦ ନୁହେଁ, ବାଙ୍ଗାଲୋର ଓ ଅନ୍ୟ ସ୍ଥାନରୁ ବହୁ ପ୍ରବାସୀ ଓଡିଶା ଭୁବନେଶ୍ୱର ଆସିଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ଅଟକାଇଛି.ବାଟରେ ଖାଇବାକୁ ପାଇ ନାହାନ୍ତି । ତଥାପି ଘରକୁ ଫେରିବାର ଝୁଙ୍କ ଆଗରେ ସେମାନେ ସବୁ କଷ୍ଟ ସହି ଭୁବନେଶ୍ୱର ପହଂଚିଛନ୍ତି ।

ସେପଟେ ଓଡ଼ିଶା ଫେରିବା ପାଇଁ ଆକୁଳ ନିବେଦନ କରୁଛନ୍ତି ଦାଦନ ଶ୍ରମିକଙ୍କ । ହରିୟାଣାର ଯମୁନାନଗର ଜିଲ୍ଲା ଖଜୁରୀ ରୋଡ଼ରେ ଫସିଥିବା ଦାଦନ ଶ୍ରମିକ ମାନେ ଘରକୁ ଫେରିବା ପାଇଁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଶେୟାର କରିଛନ୍ତି । ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ବସ୍ତା, ଏବଂ ବାଲିଆପାଳ ବ୍ଲକର । ପ୍ରାୟ ୨ଶହରୁ ଅଧିକା ଶ୍ରମିକ ସେଠାରେ ଫିସି ରହିଥିବା ସେ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ଏମାନେ ସମସ୍ତେ ସେଠାରେ ଥିବା ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଲକଡ଼ାଉନ୍ ପାଇଁ ଏହି ସବୁ କମ୍ପାନୀ ବନ୍ଦ ହୋଇଯାଇଛି । କାମ ଧନ୍ଦା ନପାଇ ଭୋକ ଉପାସରେ ଶ୍ରମିକ ମାନେ ପଡ଼ି ରହିଛନ୍ତି । ଏହାରି ଭିତରେ ଦୁଇ ମାସ ବିତିଯାଇଥିବା ବେଳେ ଫାଖରେ ମଧ୍ୟ ପଇସା ନାହିଁ ତେବେ ଘରକୁ ଫେରିବା ପାଇ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ ।

Comments are closed.