ଗୋଆରେ MiG-29K ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ଉଡାଣ ଭରୁଥିବାବେଳେ ପକ୍ଷୀ ସହ ମାଡ଼ ହୋଇ ଇଂଜିନରେ ଲାଗିଲା ନିଆଁ, ବର୍ତ୍ତିଗଲେ ଦୁଇ ପାଇଲଟ୍

210

କନକ ବ୍ୟୁରୋ : ଗୋଆରେ ବାୟୁସେନାର ମିଗ୍-୨୯କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ରହିଛନ୍ତି । ତାଲିମରେ ଥିବା ଏହି ଲଢୁଆ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ପରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।

ବିମାନରେ ଏକ ପକ୍ଷୀ ମାଡ ହେବା ଫଳରେ ଇଂଜିନରେ ନିଆଁ ଲାଗିଯାଇଥିବାରୁ ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ଦୁଇ ପାଇଲଟ କ୍ୟାପଟେନ ଏମ୍ ସୁଇଖଣ୍ଡ ଓ ଲେଫ୍ଟନାଂଟ କମାଣ୍ଡର ଦୀପକ ଯାଦବ ସୁରକ୍ଷିତ ଭାବେ ପାରାଚୁଟ୍ ଅବତରଣ କରିଯାଇଛନ୍ତି । ତେବେ ଏହି ବିମାନଟି ତାଲିମ ଭର୍ସନର ଥିଲା ବୋଲି ଜଣାପଡିଛି ।

ନୌସେନା ମୁଖପାତ୍ର କମାଣ୍ଡର ବିବେକ ମାଧବଲ କହିଛନ୍ତି, ଗୋଆର ଆସରୋ ଅଂଚଳରୁ ବିମାନଟି ଉଡାଣ ଭରିଥିବାବେଳେ ଏଥିରେ ଏକ ପକ୍ଷୀ ମାଡ ହୋଇଯାଇଥିଲା । ଯାହାଫଳରେ ଇଂଜିନରେ ନିଆଁ ଲାଗିଯାଇଥିଲା ।ବିମାନଟି ଖୋଲା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ କେହି ବି ମୃତାହତ ହୋଇନଥିବାର ସେ ସ୍ପଷ୍ଟ କରିଛନ୍ତି ।

Comments are closed.