କନକ ବ୍ୟୁରୋ : ଗୋଆରେ ବାୟୁସେନାର ମିଗ୍-୨୯କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ରହିଛନ୍ତି । ତାଲିମରେ ଥିବା ଏହି ଲଢୁଆ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ପରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।
ବିମାନରେ ଏକ ପକ୍ଷୀ ମାଡ ହେବା ଫଳରେ ଇଂଜିନରେ ନିଆଁ ଲାଗିଯାଇଥିବାରୁ ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ଦୁଇ ପାଇଲଟ କ୍ୟାପଟେନ ଏମ୍ ସୁଇଖଣ୍ଡ ଓ ଲେଫ୍ଟନାଂଟ କମାଣ୍ଡର ଦୀପକ ଯାଦବ ସୁରକ୍ଷିତ ଭାବେ ପାରାଚୁଟ୍ ଅବତରଣ କରିଯାଇଛନ୍ତି । ତେବେ ଏହି ବିମାନଟି ତାଲିମ ଭର୍ସନର ଥିଲା ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/MIG29.jpg)