ଦିଲ୍ଲୀ ସରକାରଙ୍କ ହାପିନେସ୍ କ୍ଲାସରେ ମେଲାନିଆ ଟ୍ରମ୍ପ : ତିଳକ ଲଗାଇ ଆମେରିକାର ପ୍ରଥମ ମହିଳାଙ୍କୁ ସ୍କୁଲ ଭିତରକୁ ପାଛୋଟି ନେଲେ କୁନି କୁନି ପିଲା
କନକ ବ୍ୟୁରୋ : ଦିଲ୍ଲୀର ହାପିନେସ୍ କ୍ଲାସରେ ଆମେରିକାର ପ୍ରଥମ ମହିଳା । ବିଷାଦ ଓ ଅବସାଦ ମୁକ୍ତ ଶିକ୍ଷାକୁ କେନ୍ଦ୍ର କରି ହାପିନେସ୍ କରନ୍ତି ଶିକ୍ଷକ । ଗସ୍ତର ଦ୍ୱିତୀୟ ଦିନରେ ମେଲାନିଆ ଟ୍ରମ୍ପ, ଦିଲ୍ଲୀର ନାନକପୁରା ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ପହଞ୍ଚିଛନ୍ତି । ସେଠାରେ ଆୟୋଜିତ ହାପିନେସ୍ କ୍ଲାସରେ ଯୋଗ ଦେଇଛନ୍ତି ମେଲାନିଆ । ମେଲାନିଆ କ୍ଲାସରେ ପହଞ୍ଚିବା ପରେ ଛୋଟ ଛୋଟ ପିଲାମାନେ ତାଙ୍କୁ ପାଛୋଟି ନେବା ସହ ତିଳକ ଲଗାଇ ଆରତୀ ଉତାରିଥିଲେ । ଏହି କାର୍ଯ୍ୟକ୍ରମରେ ଏକୁଟିଆ ପହଞ୍ଚିଥିଲେ ମେଲାନିଆ । ଏହି ସମୟରେ ମେଲାନିୟାଙ୍କ ମଥାରେ ସିନ୍ଦୁର ବିନ୍ଦି ଦେଖିବାକୁ ମିଳିଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ମେଲାନିଆଙ୍କ ଗସ୍ତକୁ ଧ୍ୟାନରେ ରଖି ସ୍କୁଲକୁ ଖୁବ ସୁନ୍ଦର ଢ଼ଙ୍ଗରେ ସଜେଇ ଦିଆଯାଇଥିଲା । କ୍ଲାସରୁମରେ ଅତି ସୁନ୍ଦର ଭାବେ ଲେଖାହୋଇଥିଲା ୱେଲକମ୍ ଫାଷ୍ଟଲେଡ଼ି । ହାପିନେସ୍ କ୍ଲାସରେ ମେଲାନିଆ ଛୋଟ ଛୋଟ ପିଲା ସହ ଆଲୋଚନା କରିଛନ୍ତି । ହାପିନେସ୍ କ୍ଲାସରେ କୁନି କୁନି ପିଲାଙ୍କ ନୃତ୍ୟକୁ ଉପଭୋଗ କରିଛନ୍ତି ମେଲାନିଆ । ସ୍କୁଲ ପିଲାଙ୍କ ଯୋଗ ଶୈଳୀ ଦେଖି ଅନାଇ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । କେବଳ ଏତିକି ନୁହେଁ ପିଲାଙ୍କ ଦ୍ୱାରା ଅଙ୍କିତ ହୋଇଥିବା ମଧୁବନୀ ଚିତ୍ରକୁ ଦେଖି ଖୁସି ହୋଇ ଯାଇଛନ୍ତି ଆମେରିକାର ପ୍ରଥମ ମହିଳା ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆ ଦେଖିବାକୁ ପାଇଥିଲେ । ଏହି ଅବସରରେ ସେ ଭାରତ ଆସି ବହୁତ ଖୁସି ବୋଲି କହିଛନ୍ତି ମେଲାନିଆ ଟ୍ରମ୍ପ୍ ।
ସୂଚନାଯୋଗ୍ୟ ଦିଲ୍ଲୀହ ସରକାରୀ ସ୍କୁଲରେ କେଜ୍ରିୱାଲ ସରକାର ହାପିନେସ୍ କ୍ଲାସ୍ ପାଠ୍ୟକ୍ରମ ଲାଗୁ କରିଛନ୍ତି । ଏହି ପାଠ୍ୟକ୍ରମ ଦ୍ୱାରା ନର୍ସରୀ ଠାରୁ ଆରମ୍ଭ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପ୍ରତିଦିନ ପ୍ରଥମ ପରିୟଡ଼ର ୪୦ ମିନିଟ୍ ପିଲାଙ୍କ ଆନନ୍ଦ ଉପରେ ଧ୍ୟାଦ ଦିଆଯାଏ । ହାପିନେସ୍ କ୍ଲାସରେ ଛାତ୍ରଛାତ୍ରୀମାନେ ଯୋଗ ଓ ଧ୍ୟାନ କରନ୍ତି । ପିଲାଙ୍କୁ ଅନେକ ପ୍ରେରଣାଦାୟୀ କାହାଣୀ ଶୁଣାନ୍ତି ଶିକ୍ଷକ ।