କରୋନା ମୁକାବିଲା ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଉପସ୍ଥିତ ରହିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ । ବୈଠକ ଉପରେ ଦେଶବାସୀଙ୍କ ନଜର . . .

200

କନକ ବ୍ୟୁରୋ : ଦେଶରେ ଦ୍ରୁତ କରୋନା ସଂକ୍ରମଣକୁ ନେଇ ଆଜି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ । ଏଥିରେ ରାଜ୍ୟରେ ସଂକ୍ରମଣର ସ୍ଥିତି ପଚାରି ବୁଝିବା ସହ ମହାମାରୀର ମୁକାବିଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଚାର ବିମର୍ଶ କରିବେ ମୋଦି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ବିହାରର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

 ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସଂକ୍ରମଣକୁ ନେଇ ଆଲୋଚନା କରିଛନ୍ତି ମୋଦି । ହେଲେ ଏବେ ଦେଶରେ ସଂକ୍ରମଣ ସଂଖ୍ୟା ୨୨ଲକ୍ଷ ଟପିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ହେବାକୁ ଯାଉଛି । ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଉତର ପ୍ରଦେଶ ହେଉଛି ଦେଶର ସେହି ୮ଟି ରାଜ୍ୟ, ଯେଉଁଠି କରୋନାରେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଅରୁଣାଚଳ, ମିଜୋରାମ ଓ ସିକିମ ହେଉଛି ଏପରି ରାଜ୍ୟ ଯେଉଁଠି ୫ରୁ କମ ବ୍ୟକ୍ତିଙ୍କ ଜୀବନ ଯାଇଛି । ଅରୁଣାଚଳରେ ୩ ଜଣ, ସିକିମରେ ଜଣେ ଓ ମିଜୋରାମରେ କରୋନାରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ ।