କନକ ବ୍ୟୁରୋ : ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । ଏହି ବୈଠକରେ ରଥ ନିର୍ମାଣ ସମ୍ବନ୍ଧରେ ଆଲୋଚନା ହେବା ସହିତ ପସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମେଳନରେ କକ୍ଷଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଥମ ବୈଠକରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ରଥ ନିର୍ମାଣ ସମ୍ବନ୍ଧରେ ଆଲୋଚନା ହେବା ସହିତ ପୁରୀରେ ରଥଯାତ୍ରା ସମୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯିବ । ଏହି ବୈଠକରେ ଆରଡିସିଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିବେ । ସେହିପରି ଅକ୍ଷୟ ତୃତୀୟା ସମୟରେ କିପରି ରଥ ଅନୁକୂଳ କାର୍ୟ୍ୟକ୍ରମ ସମ୍ପାଦିତ ହେବ ସେଥିନେଇ ଆଲୋଚିତ ହେବ।
ସେପଟେ ସମଗ୍ର ରାଜ୍ୟବାସୀଙ୍କର ନଜର ରହିଥିଲା ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ । ଆଶା କରିଥିଲେ, ୩୩ ବର୍ଷ ପରେ ଖୋଲିବ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର । ଯଦିଓ ଯାଞ୍ଚ ପାଇଁ ଏହା ଖୋଲାଯାଇଥାନ୍ତା, ତଥାପି ସବୁ ମହଲରେ ଲାଗି ରହିଥିଲା ଉତ୍କଣ୍ଠା । ହେଲେ ସମସ୍ତଙ୍କୁ ନିରାଶ ହେବାକୁ ପଡିଛି । ଭିତର ଭଣ୍ଡାର ଖୋଲିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/rath-yatra-puri_650x400_61498384519.jpg)