ବାଡ଼ିରେ ଥିବା ଗଛଲତାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . .

186

ଆମ ବାଡ଼ିରେ ଏମିତି ଅନେକ ଅଜଣା ଗଛଲତା ଥାଏ ଯାହା ବିଷୟରେ ଆମେ ବେଶୀ କିଛି ଜାଣିନଥାଉ । କିନ୍ତୁ ବାଡ଼ିରେ ଥିବା ଗଛଲତାରେ ଥାଏ ଅନେକ ଔଷଧୀୟ ଗୁଣ । ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି । ସେ ସମ୍ପର୍କରେ ଜାଣି ତାକୁ ଆମେ ନିତିଦନିଆ ଜୀବନରେ ବ୍ୟବହାର କରିପାରିଲେ ବହୁ ଉପକାର ମିଳିଥାଏ ।

କଦଳୀ – ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ । ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଖାଦ୍ୟ ନଳୀରେ ଘା କିମ୍ବା ଗ୍ୟାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ । ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ ।

ମଞ୍ଜୁଆତି – ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ । ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ । ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ । ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ ।

ଅରଖ – ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ । ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ । ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ । ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ ।

କାଗେଜି ଲେମ୍ବୁ – କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ । ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ । ଲେମ୍ବୁ ରସ ନକାରାତ୍ମକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ । ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ । ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ ।

ତେନ୍ତୁଳି – ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ । ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ । ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ ।

ମେଥି – ମେଥି ଶାଗ ଯକୃତ ପାଇଁ ମହୌଷଧି । ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ ।