କନକ ବ୍ୟୁରୋ : ଇ-ଫାର୍ମାସି ଓ ଅନ୍ଲାଇନରେ ଔଷଧ ବିକ୍ରକୁ ବିରୋଧ କରି ଗତକାଲି ରାଜ୍ୟବ୍ୟାପୀ ଔଷଧ ଦୋକାନ ବନ୍ଦ ରହିଥିଲା । କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଥିବା ଔଷଧ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଔଷଧ ଦୋକାନ ଏହି ବନ୍ଦରେ ସାମିଲ ହୋଇଥିେଲ । ଔଷଧ ଦୋକାନୀଙ୍କ ବନ୍ଦ ଯୋଗୁଁ ରାଜ୍ୟରେ ପ୍ରାୟ ୨ଶହ କୋଟିର ବ୍ୟବସାୟ ପ୍ରଭାବିତ ହୋଇଥିବା ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
/kanak/media/post_attachments/wp-content/uploads/2018/07/Pharmacie_in_Paulista_Avenue-300x195.jpg)
ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକରାରେ ରାଜ୍ୟରେ ଆଜି ରାଜ୍ୟରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏଥିରେ ସାମିଲ ହୋଇଥିଲା । ରାଜ୍ୟରେ ହୋଲସେଲ ଓ ଖୁଚୁରା ବ୍ୟବସାୟୀଙ୍କୁ ମିଶାଇ ୨୨ହଜାର ବ୍ୟବସାୟୀ ନିଜର ଦୋକାନ ବନ୍ଦ ରଖିଥିଲେ। ଆସୋସିଏସନ୍ର କହିବାନୁଯାୟୀ, ଅନଲାଇନ ବ୍ୟବସାୟ କେବଳ ବାଣିଜ୍ୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ଲୋକଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପକାଇବ । ଏହି ପ୍ରସ୍ତାବକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରାଯିବା ସହିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାସତ୍ବେ ମଧ୍ୟ ସରକାର କୌଣସି ଦୃଷ୍ଟି ନ ଦେବାରୁ ସର୍ବଭାରତୀୟସ୍ତରରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଥିଲା ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।