ବିଜେଡ଼ିର ନୂତନ ଗଣମାଧ୍ୟମ ଟିମ୍ : ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟ ରଖିବେ ଏହି ନେତା, ପଢ଼ନ୍ତୁ ପୁରା ତାଲିକା . .

ବିଜେଡ଼ିର ନୂତନ ଗଣମାଧ୍ୟମ ଟିମ୍ : ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟ ରଖିବେ ଏହି ନେତା, ପଢ଼ନ୍ତୁ ପୁରା ତାଲିକା . .

କନକ ବ୍ୟୁରୋ : ନୂତନ ଗଣମାଧ୍ୟମ ଟିମ୍ ଗଠନ କରିଛି ବିଜୁ ଜନତା ଦଳ । ପୁରୁଣା ତାଲିକାକୁ ପରିବର୍ତ୍ତନ କରି ନୂଆ ତାଲିକା ପ୍ରକାଶ କରିଛି ବିଜେଡ଼ି । ବିଜେଡ଼ି ସରକାର ଶାସନରେ ଥିବା ସମୟରେ ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିବା ପାଇଁ ନୂଆ ନେତାଙ୍କ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ କରଛନ୍ତି ବିଜେଡ଼ି ସୁପ୍ରିମୋ । ବିଭିନ୍ନ ପ୍ରସଙ୍ଗକୁ ନେଇ  ତର୍କ ମାଧ୍ୟମରେ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିବେ ଏହି ନେତା ।

ଡକ୍ଟର ସମ୍ବିତ ମହାପାତ୍ରଙ୍କୁ ମିଡ଼ିଆ କୋର୍ଡ଼ିନେଟର ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ସାଂସଦ ପୀନାକି ମିଶ୍ର, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହଙ୍କୁ ଜାତୀୟସ୍ତରର  ମୁଖପାତ୍ର ରୂପେ ନିଯୁକ୍ତି ଦିଆଯାଇଛି ।

publive-image

ଏହାସହ ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ବ୍ୟୋମୋକେଶ ରାୟ, ସୁବାଷ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ , ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧାମିଶ୍ର, ଭରଦ୍ୱାଜ ମିଶ୍ର ମୁଖପାତ୍ର ଚୟନ ହୋଇଛନ୍ତି ।

ଅନ୍ୟପଟେ ମିହିର ମହାନ୍ତି, ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ସାହୁ, ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମ ପ୍ରକାଶ ସାହୁଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe