ବ୍ୟାଙ୍କକରେ ଜଳିଗଲା ଗୁରଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲର ଏୟାର ଆମ୍ବୁଲାନ୍ସ ! ପାଇଲଟ୍ ମୃତ, ୪ ଆହତ

40

କନକ ବ୍ୟୁରୋ : ମେଦାନ୍ତ ହସ୍ପିଟାଲର ଏୟାର ଆମ୍ବୁଲାନ୍ସ ବ୍ୟାଙ୍କକରେ ଦୁର୍ଘଟଣାଗ୍ରସ୍ତ । ଏଥିରେ ଏୟାର ଆମ୍ବୁଲାନ୍ସ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି । ଏହା ସହ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ।

ଆହତଙ୍କ ମଧ୍ୟରେ ଦୁଇ ଜଣ ଡାକ୍ତର ମଧ୍ୟ ଅଛନ୍ତି । ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲର ଏୟାର ଆମ୍ବୁଲାନ୍ସ ବ୍ୟାଙ୍କକରେ ଦୁର୍ଘଟଣାଗ୍ରସ୍ତ ହେବା ସହ ନିଆଁ ଲାଗି ଯାଇଥିଲା । ଜଣେ ରୋଗୀ ଓ ତାଙ୍କ ପତ୍ନୀଙ୍କୁ ନେଇ ଚିକିତ୍ସା ପାଇଁ ଯାଉଥିବା ବେଳେ ଏୟାର ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସେନା ହେଲିକପ୍ଟରରେ ଆହତମାନଙ୍କୁ ବ୍ୟାଙ୍କକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟାଙ୍କକ୍ ସ୍ଥିତ ଭାରତୀୟ ମିଶନ୍ ସେମାନଙ୍କୁ ସବୁପ୍ରକାର ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ।