ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନିଜସ୍ୱ ଢଙ୍ଗରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ! କହିଲେ, ଏବେ ବଦଳିଯାଇଛି ଅଭିନନ୍ଦନ ଶଦ୍ଦର ଅର୍ଥ

339

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ନିଜସ୍ୱ ଢ଼ଙ୍ଗରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି-ଏଣିକି ଅଭିନନ୍ଦନର ଅର୍ଥ ହିଁ ବଦଳି ଯାଇଛି । ଭାରତ ଯାହା କରେ, ତାକୁ ଦୁନିଆ ଅତି ଧ୍ୟାନର ସହ ଦେଖିଥାଏ । ଆଉ ଭାରତର ଏଭଳି ଶକ୍ତି ରହିଛି ଯେ, ଅଭିଧାନରେ ଥିବା ଶବ୍ଦର ଅର୍ଥ ବଦଳାଇ ଦେଇପାରେ । ଅଭିନନ୍ଦରର ଇଂରାଜୀ ଅର୍ଥ ହେଉଛି କଙ୍ଗ୍ରାଚୁଲେସନ୍, କିନ୍ତୁ ଏବେ ଅଭିନନନ୍ଦର ଅର୍ଥ ବଦଳି ଯାଇଛି ବୋଲି ମୋଦି କହିଛନ୍ତି । ବାୟୁସେନା ଯବାନ ଅଭିନନ୍ଦନ ବର୍ଥମାନଙ୍କ ସ୍ୱଦେଶ ଫେରିବାକୁ କେନ୍ଦ୍ରରେ ରଖି ପ୍ରଧାନମନ୍ତ୍ରୀ ଇସାରା-ଇସାରାରେ ଏଭଳି କହିଛନ୍ତି ।

ସୂଚନାଯୋଗ୍ୟ ଦୀର୍ଘ ୬୦ ଘଂଟା ପରେ ୱାଘା ବର୍ଡର ଦେଇ ଗତକାଲି ପାକିସ୍ତାନରୁ ଭାରତକୁ ଫେରିଛନ୍ତି ପାଇଲଟ୍ ଅଭିନନ୍ଦନ ବର୍ଥମାନ । ୨ ଦିନ ଧରି ପାକ୍ କବଜାରେ ରହିବା ପରେ ଶୁକ୍ରବାର ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି ବୀର ଯବାନ ଅଭିନନ୍ଦନ । ଶୁକ୍ରବାର ରାତି ପ୍ରାୟ ୯ଟା ୨୫ ମିନିଟରେ ୱାଘା ବର୍ଡର ଦେଇ ଭାରତ ମାଟିରେ ପାଦ ରଖିଥିଲେ ସେ । ଛାତି ଚଉଡା କରି ଶତ୍ରୁ ଦେଶର ମାଟିରୁ ଆସି ଭାରତ ମାଟିରେ ପାଦ ରଖିଥିଲେ ଅଭିନନ୍ଦନ । ଅଭିନନ୍ଦନ ଭାରତ ମାଟିରେ ପାଦ ରଖିବାର ଖବର ଟେଲିଭିଜନରେ ପ୍ରସାର ହେବା କ୍ଷଣି , ଦେଶର ବିଭିନ୍ନ ଅଂଚଳରେ ଆରମ୍ଭ ହୋଇଥିଲା ଉତ୍ସବ ।