ମାନବିକତା ମାରି ଦେଉଛି ସଂକ୍ରମଣ ସନ୍ଦେହ । ରାଜ୍ୟ ବାହାରୁ କି ଜିଲ୍ଲା ବାହାରୁ ନୁହେଁ, ପଡ଼ୋଶୀ ବ୍ଲକରୁ ଆସିଥିଲେ ବୋଲି ପାଣି ବନ୍ଦକଲେ ପଡ଼ୋଶୀ । ଭୋକଉପାସରେ ୨ ପିଲା ସହ ଗାଁ ଛାଡ଼ିଲେ ମହିଳା

Advertisment
ମାନବିକତା ମାରି ଦେଉଛି ସଂକ୍ରମଣ ସନ୍ଦେହ । ରାଜ୍ୟ ବାହାରୁ କି ଜିଲ୍ଲା ବାହାରୁ ନୁହେଁ, ପଡ଼ୋଶୀ ବ୍ଲକରୁ ଆସିଥିଲେ ବୋଲି ପାଣି ବନ୍ଦକଲେ ପଡ଼ୋଶୀ । ଭୋକଉପାସରେ ୨ ପିଲା ସହ ଗାଁ ଛାଡ଼ିଲେ ମହିଳା

କନକ ବ୍ୟୁରୋ : ରାଜ୍ୟ ବାହାରୁ କି ଜିଲ୍ଲା ବାହାରୁ ନୁହେଁ, ପଡ଼ୋଶୀ ବ୍ଲକରୁ ଆସିଥିଲେ। ହେଲେ, ଗାଁଲୋକେ ତାଙ୍କୁ ପାଣି ମୁନ୍ଦେ ନେବା ପାଇଁ ଅନୁମତି ଦେଲେନାହିଁ । ପାଣି ପାଇଁ ୬ ଦିନ କାଳ ଛଟପଟ ହେଲେ ଜଣେ ମହିଳା ଏବଂ ତାଙ୍କର ସନ୍ତାନ । ଶେଷରେ, ବ‌ାଧ୍ୟହୋଇ ଘରଛାଡ଼ି ଚାଲିଯାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ପଥୁରୀ ପଞ୍ଚାୟତ ବୁଡ଼ାମରା ଉଦାଳି ଗାଁରେ ଏହିଭଳି ଏକ ସମ୍ବେଦନହୀନ ଘଟଣା ଦେଖିବାକୁ ମିଳିଛି ।

ପ୍ରାୟ ଦେଢ଼ମାସ ତଳେ ଉଦାଳି ଗାଁର କଳ୍ପନା ପୁଟୀ ନିଜର ୨ ପିଲାଙ୍କ ସହ ତାଙ୍କ ପିଉସାଙ୍କ ଘର ରାଇରଙ୍ଗପୁର ବାସିଙ୍ଗିକୁ ଯାଇଥିଲେ। ହେଲେ ଲକଡାଉନ ଯୋଗୁ ଫେରି ପାରିନଥିଲେ। ଏବେ ଲକଡାଉନ ନିୟମ ସାମାନ୍ୟ କୋହଳ ହେବାପରେ ଗାଁକୁ ଫେରିବାକୁ ଯୋଜନା କରି ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ସରପଞ୍ଚ ଅନୁମତି ଦେବାପରେ ସେ ଗାଁକୁ ଫେରିଥିଲେ। ହେଲେ, ଦୁର୍ଭାଗ୍ୟ ତାଙ୍କ ଗାଁ ଲୋକେ ବି ନଳକୂପ ବ୍ୟବହାର କରିବାକୁ ଦେଇ ନ ଥିଲେ। ଗାଁ ଲୋକେ ଏକ ବୈଠକ କରି କଳ୍ପନାଙ୍କୁ ହଇରାଣ କରିଥିଲେ।

ପଡ଼ୋଶୀ ଲୋକେ ନିଜେ ପାଣି ଆଣି ଦେବା ପରିବର୍ତ୍ତେ ନଳକୂପରେ ବାଡ଼ ବୁଜିଦେଇଥିଲେ। ଖାଲି ସେତିକି ନୁହେଁ, ଘରୁ ମଧ୍ୟ ବାହାରିବାକୁ ଦେଇ ନଥିଲେ ବୋଲି କଳ୍ପନା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ‘ ବଡ଼ ହଇରାଣ ହେବାପରେ ପୁଣି ସରପଞ୍ଚଙ୍କୁ ଜଣାଇଥିଲି। କିନ୍ତୁ ସରପଞ୍ଚ କିଛି ବୁଝି ନ ଥିଲେ। ୬ ଦିନ ଗାଁରେ ରହି ହଇରାଣ ହେବା ପରେ ଶେଷରେ ବାଧ୍ୟ ହୋଇ ନିଜ ଦୁଇ ଛୁଆଙ୍କୁ ଧରି ପୁଣି ରାଇରଙ୍ଗପୁର ଚାଲିଆସିଛି।’ ଅନ୍ୟପକ୍ଷରେ, ଗାଁ ଲୋକେ ପାଣି ପାଇଁ ହଇରାଣ କରିଥିବାରୁ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି କଳ୍ପନା।

ଏ ସମ୍ପର୍କରେ ବିଡିଓ ରାମଦାସ ଟୁଡୁ କହିଛନ୍ତି ଯେ, ଏମିତି କୌଣସି ପରିସ୍ଥିତିରେ ହେବା କଥାନୁହେଁ। ସରପଞ୍ଚଙ୍କ ସହ କଥାହେବା ସହ ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି। ତେବେ, ନିକଟରେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଏହି ଘଟଣାକୁ କାହିଁକି ଗୁରୁତ୍ବ ଦେଲେନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe