ଏକଜିଟ୍ ପୋଲ ପରେ ମାୟାବତୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ : ପୁରଖା ନେତାଙ୍କୁ ଦଳରୁ ବରଖାସ୍ତ କଲେ ବିଏସପି ସୁପ୍ରିମୋ, ଦଳ ବିରୋଧୀ କାର୍ଯ୍ୟ ଲିପ୍ତ ଥିବା ନେଇ ହୋଇଥିଲା ଅଭିଯୋଗ

532

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ନେଇ ଏକଜିଟ ପୋଲ ଆସିବା ପରେ ବିରୋଧୀ ଶିବିରରେ ହଡ଼କମ୍ପ ସୃଷ୍ଟି ହୋଇଛି । ଏକଜିଟ୍ ପୋଲ ଏକଜାକ୍ଟ ପୋଲ ନୁହେଁ ବୋଲି ବିରୋଧୀ କହୁଥିଲେ ହେଁ ନେତାଙ୍କ ଛାତିରେ ଛନକା ପଶିଛି । ଉପରୁ ଉପରୁ ମନକୁ ସାନ୍ୱତା ତଥା ମନବୋଧ ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ବୁଥ ବାହୁଡ଼ା ମତ ବିରୋଧୀଙ୍କ ନିଦ ହଜାଇ ଦେଇଛି । ଏକଜିଟ୍ ପୋଲି ଆସିବା ପରେ ବହୁଜନ ସମାଜବାଦି ପାର୍ଟି ମୁଖ୍ୟ ମାୟାବତୀ ବଡ଼ ଆକ୍ସନକୁ ଆସିଛନ୍ତି । ବିଏସପିର ଅତି ପୁରୁଖା ତଥ୍ୟା ଅଭିଜ୍ଞ ନେତା ରାମବୀର ଉପାଧ୍ୟାୟଙ୍କୁ ଦଳରୁ ବରଖାସ୍ତ କରିଛନ୍ତି । କେବଳ ଏତିକି ନୁହେଁ ରାମବୀରଙ୍କୁ ପାର୍ଟିର ମୁଖ୍ୟ ସଚେତନ ପଦବୀରୁ ମଧ୍ୟ ହଟାଇ ଦିଆଯାଇଛି ।

ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରି ତାଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି । ଲୋକସଭା ନିର୍ବାଚନ ସମୟରେ ରାମବୀର ଦଳ ବିରୋଧୀ କାର୍ଯ୍ୟରେ ସାମିଲ ଥିଲେ ବୋଲି କହିଛନ୍ତି ପାର୍ଟି ମାହସଚିବ ମେୱାଲାଲ ଗୌତମ୍ । ତାଙ୍କୁ ପୂର୍ବରୁ ଏନେଇ ଚେତାବନୀ ଦିଆଯାଇଥିଲା, କିନ୍ତୁ ସେ ଦଳ ବିରୋଧୀ କାର୍ଯ୍ୟରୁ ନିବୃତ୍ତତ୍ତ ହୋଇନଥିଲେ । ଶେଷରେ ଅନ୍ୟଉପାୟ ନପାଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲୋକସଭା ନିର୍ବାଚନ ସମୟରେ ରାମବୀର ଆଗ୍ରା, ଫତେଫୁରସିକ୍ରି, ଅଲ୍ଲୀଗଡ଼ ସମତେ ଅନେକ ସିଟର ବିଏସପି ପ୍ରାର୍ଥୀଙ୍କୁ ଖୋଲାଖୋଲି ବିରୋଧ କରିବା ସହ ବିରୋଧୀ ପ୍ରାର୍ଥୀଙ୍କ ସମର୍ଥନ କରୁଥିଲେ ।

ରାମବୀର ବିଜେପିରେ ଯୋଗଦେବେ ବୋଲି ବିଗତ କିିଛି ଦେବ ହେବ ବେଶ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ନିଜେ ଦଳ ଛାଡ଼ିବା ପାଇଁ ଛାହୁଁନଥିଲେ । ତେବେ ତାଙ୍କୁ ଦଳରେ ବରଖାସ୍ତ କରିବା ପରେ ସେ ବିଜେପିରେ ସାମିଲ ହେବେ ବୋଲି ଅନୁମାନ କରାଯାଉଛି । ରାମବୀରଙ୍କ ଭାଇ ମୁକୁଲ ଉପାଧ୍ୟାମ ମଧ୍ୟ ଗତବର୍ଷ ବସପା ଛାଡ଼ି ବିଜେପିରେ ଯୋଗଦେଥିଲେ ।