ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ଆରୋପ ପ୍ରତ୍ୟାରୋପ ରାଜନୀତି ! ବିଜେପି ଉପରେ ବର୍ଷିଲେ ମାୟାବତୀ

22

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମାୟାବତୀ । ସପା-ବିଏସପି ବନ୍ଧୁତା ଭାଙ୍ଗିବନି ବୋଲି କହିଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ । ଏହାସହ ୨୦୧୯ ନିର୍ବାଚନ ବିଜେପିକୁ ମହଙ୍ଗା ପଡିବ ବୋଲି କହିଛନ୍ତି ମାୟାବତୀ । ସେପଟେ ସମସ୍ତଙ୍କ ନଜର ଥିବା ରାଜ୍ୟସଭାର ନବମ ସିଟ ବିଜେପି ହାତେଇବା ପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । ରାଜ୍ୟସଭା ନିର୍ବାଚନ ଜିତି ଗୋରଖପୁର ଓ ଫୁଲପୁର ଉପନିର୍ବାଚନର ପ୍ରତିଶୋଧ ନେଇଛି ବିଜେପି ବୋଲି କୁହାଯାଉଛି ।

ଉତ୍ତରପ୍ରଦେଶ ରାଜ୍ୟସଭାରେ ଗୋରଖପୁର ଓ ଫୁଲପୁର ଉପନିର୍ବାଚନର ପ୍ରତିଶୋଧ ନେଇଛି ବିଜେପି । ୨୩ବର୍ଷ ପରେ ନିର୍ବାଚନରେ ବିଏସପିକୁ ସମର୍ଥନ ଜଣାଇଥିଲା ଏସପି । ଫଳରେ  ଗୋରଖପୁର ଓ ଫୁଲପୁରରେ ବିଜେପି ନିର୍ବାଚନ ହାରିଥିଲା । ରାଜ୍ୟସଭା ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ ବିଜେପି ବିରୋଧୀ ବେଶ୍ ମଜବୁତ ଥିବା ଜଣାପଡୁଥିଲା । ଏବେ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କ ନଜର ଥିବା ନବମ ସିଟ ବିଜେପି ହାତେଇବା ପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ରାଜନୀତି ।

ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କ ନଜର ଥିବା ନବମ ସିଟକୁ ହାତେଇଛି ବିଜେପି । ବିଏସପିକୁ ଏସପି ଓ କଂଗ୍ରେସ ସମେତ ସମସ୍ତ ବିରୋଧୀ ସମର୍ଥନ ଜଣାଇଥିଲେ । ଏହାସତ୍ୱେ  ବିଏସପି ପ୍ରାର୍ଥୀ ଭିମରାଓ ଆମ୍ବେଦକର ପରାଜିତ ହେଲେ । ଏହାସହ ଲୋକସଭା ଉପନିର୍ବାଚନର ପ୍ରତିଶୋଧ ନେଇଛି ବିଜେପି । ଜିତିବା ପାଇଁ ଆବଶ୍ୟକ ଥିବା ୩୭ଭୋଟ ବିଏସପି ପ୍ରାର୍ଥୀ ଭିମରାଓ ଆମ୍ବେଦକରଙ୍କୁ ମିଳିନଥିଲା । ବିଜେପିର ନବମ ପ୍ରାର୍ଥୀ ଅନିଲ ଅଗ୍ରୱାଲଙ୍କୁ ଆବଶ୍ୟକ ସଂଖ୍ୟକ ଭୋଟ୍ ପାଇ ବିଏସପିକୁ ହରାଇଥିଲେ । ବିଜୟ ପରେ ବିଏସପି ଓ ଏସପିକୁ ଟାର୍ଗେଟ କରିଥିଲେ ଯାଗୀ ଆଦିତ୍ୟନାଥ । ସେ କହିଛନ୍ତି ଯେ, ସମାଜବାଦୀ ପାର୍ଟିର ଚେହେରା ଲୋକଙ୍କ ସାମ୍ନାକୁ ଆସିଛି । ରାଜ୍ୟ ବାସୀ ଦେଖିଛନ୍ତି ଯେ, କେମିତି ଏସପି କେବଳ ଅନ୍ୟଠୁ ନେବା ଜାଣିଛି କିନ୍ତୁ କାହାକୁ କିଛି ଦିଏନାହିଁ ।

ବିଏସପି ପ୍ରାର୍ଥୀଙ୍କ ପରାଜୟ ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଏଣିକି ବହୁଜନ ସମାଜବାଦୀ ପାର୍ଟି ନୂଆ ରଣନୀତି ନେଇ କାମ କରିବ ବୋଲି କହିଛନ୍ତି ମାୟାବତୀ । ବିଜେପି ଅର୍ଥ ବଳ ଓ ପ୍ରଶାସନିକ କଳର ଅପବ୍ୟହାର କରି ରାଜ୍ୟସଭା ନିର୍ବାଚନ ଜିତିଥିବା ବିଏସପି ନେତା କହିଛନ୍ତି । ଜେଲରେ ଥିବା ଦୁଇ ବିଧାୟକଙ୍କୁ ମଧ୍ୟ ଭୋଟ୍ ଦେବାକୁ ସୁଯୋଗ ଦିଆଯାଇନଥିବା କହିଛି ବିଏସପି ।

ରାଜ୍ୟସଭାରେ ୮ଟି ଆସନ ଜିତିବା ପାଇଁ ବିଜେପି ପାଖରେ ମ୍ୟାଜିକ ନମ୍ବର ଥିବା ବେଳେ ସେ ନବମ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ସେପଟେ ମାୟାବତୀଙ୍କ ଉପନିର୍ବାଚନର ରିଟର୍ଣ୍ଣ ଗିଫ୍ଟ ଦେବା ପାଇଁ ରାଜ୍ୟସଭାରେ ସମର୍ଥନ ଦେବାକୁ ଘୋଷଣା କରିସାରିଥିଲା ଅଖିଲେଶ ଯାଦବ । ତେବେ ଶୁକ୍ରବାର ଦିନ ତମାମ ଭୋଟ୍ ରାଜନୀତି ସରଗରମ ରହିଥିଲା । ସମସ୍ତଙ୍କ ନଜର ଥିଲା ନବମ ଆସନରେ ତେବେ ଏହାକୁ ଶେଷରେ ହାତେଇଥିଲା ବିଜେପି ।