୭ଟି ସିଟ୍ ଅଫରରେ ରାଗିଗଲେ ମାୟାବତୀ ! କହିଲେ, ବଳପୂର୍ବକ ଭାବେ ମହାମେଂଟର ଭ୍ରମ ସୃଷ୍ଟି କରୁଛି କଂଗ୍ରେସ

222

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୯୧ ପାଇଁ ଉତ୍ତରପ୍ରଦେଶ ରାଜନୀତି ଦିନକୁ ଦିନ ରୋଚକ ହେବାରେ ଲାଗିଛି । ରାଜ୍ୟରେ ନିର୍ବାଚନୀ ମାହୋଲ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଏପରିସ୍ଥଳରେ ମହାମେଂଟରୁ ବାହାରେ ଥିବା କଂଗ୍ରେସର ଉଦାରତା ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ପସନ୍ଦ ଆସିନି । ମାୟାବତୀ ସ୍ପଷ୍ଟ କରିଦେଇଛନ୍ତି ଭାରତୀୟ ଜନତା ପାର୍ଟିକୁ ହରାଇବା ପାଇଁ ସପା-ବସପା ମେଂଟ ଯଥେଷ୍ଟ । ମୋଦି ସରକାରଙ୍କୁ ପରାଜୟର ଦ୍ୱାରା ଦେଖାଇବା ପାଇଁ କଂଗ୍ରେସର କୌଣସି ସାହାଯ୍ୟ ଆବଶ୍ୟକ ନାହିଁ । ନିବାଚନ ପାଖେଇ ଆସୁଥିବା ସମୟରେ କଂଗ୍ରେସ ଏପରି ବଳପୂର୍ବକ ସିଟ୍ ଛାଡ଼ିବା ସହ କେବଳ ଭ୍ରବ ସୃଷ୍ଟି କରୁଥିବା କହିଛନ୍ତି ବସପା ମୁଖ୍ୟ ମାୟାବତୀ ।

ସୂଚାଯୋଗ୍ୟ କଂଗ୍ରେସ ରବିବାର ଦିନ ସମାଜବାର୍ଦି ପାର୍ଟି, ବହୁଜନ ସମାଜବାଦି ପାର୍ଟି ଓ ରାଷ୍ଟ୍ରିୟ ଲୋକଦଳ ପାଇଁ ୭ ସିଟ୍ ଛାଡ଼ିବା ପାଇଁ ଘୋଷଣା କରିଥିଲା । ଏହାର ସ୍ପଷ୍ଟ ଅର୍ଥ ହେଲା କଂଗ୍ରେସ ଏହି ସିଟ ଗୁଡ଼ିକରେ ନିଜ ଦଳର ଆଶାୟୀ ମୈଦାନକୁ ଓଲ୍ହାଇବ ନାହିଁ । ଅଖିଲେଶ ଯାଦବ, ମାୟାବତୀ, ମୁଲାୟମ ସିଂ ଯାଦବ, ଡିମ୍ପଲ ଯାଦବ, ଚୌଧୁରୀ ଅଜିତ ଓ ଜୟନ୍ତ ଚୌଧୁରୀ ଯେଉଁ ସିଟରୁ ନିର୍ବାଚନ ଲଢ଼ୁଛନ୍ତି ସେହି ସିଟ ଗୁଡ଼ିକରୁ ନିର୍ବାଚନ ଲଢ଼ିବା ନାହିଁ ବୋଲି ଘୋଷଣା କରିଛି କଂଗ୍ରେସ ।

ତେବେ କଂଗ୍ରେସର ଏହି ଅଫରରେ ରାଗି ପାଚି ଲାଲ ହୋଇଯାଇଛନ୍ତି ମାୟବତୀ । ସେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସହ ମହାମେଂଟ କରିବାର କୌଣସି ଯୋଜନା ନାହିଁ । ଟ୍ୱିଟ ଜରିଆରେ ସେ କହିଛନ୍ତି ପୁରା ଦେଶରେ କଂଗ୍ରେସ ସହ ଆମର କୌଣସି ତାଳମେଳ ନାହିଁ । ଏହାବ୍ୟତୀତ କଂଗ୍ରେସକୁ ୟୁପିର ସମସ୍ତ ୮୦ରେ ସିଟରେ ନିର୍ବାଚନ ଲଢ଼ିବା ପାଇଁ ଚ୍ୟାଲେ୍ଞ୍ଜ ମଧ୍ୟ କରିଛିନ୍ତି । ସପା-ବସପା ମେଂଟ ହିଁ ବିଜେପିକୁ ଧୂଳି ଚଟାଇବ ବୋଲି ସ୍ପଷ୍ଟ କରିଛନ୍ତି ମାୟାବତୀ ।