ମୁଲାୟମଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ ! ୧୯ ଏପ୍ରିଲରୁ ମେନପୁୁରୀରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ମାଗିବେ ବସପା ସୁପ୍ରିମୋ

53

କନକ ବ୍ୟୁରୋ : ମୁଲାୟମ ସିଂଙ୍କ ପାଇଁ ଭୋଟ ମାଗିବେ ବସପା ସୁପ୍ରିମୋ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ । ବସପା ମୁଖ୍ୟ ମାୟାବତୀ ୧୯ ଏପ୍ରିଲରୁ ଉତ୍ତରପ୍ରଦେଶ ମେନପୁରୀରୁ ରାଲି ଆରମ୍ଭ କରିବେ । ମୁଲାୟମ ସିଂ ଯାଦବ ମେନପୁରୀରୁ ପ୍ରାର୍ଥୀ ଅଛନ୍ତି । ୧୯୯୩ ପରେ ପ୍ରଥମ ଥର ପାଇଁ ମାୟାବତୀ ମୁଲାୟମଙ୍କ ପାଇଁ ନିର୍ବାଚନ ଲଢ଼ିବେ । ସୂଚନା ଅନୁସାରେ ଅଖିଲେଶ ଯାଦବ ଓ ମାୟାବତୀ ଏକାଠି ରାଲି କରିବେ ।

ସେପଟେ ଭାରତୀୟ ଜନତା ପାର୍ଟିର ରଣନୀତି ଯୋଗୁଁ ଚିନ୍ତାରେ ଅଛନ୍ତି ବିଏସପି ସୁପ୍ରିମୋ । ଏହି ମେଣ୍ଟ ଘୋଷଣାର କିଛି ଦିନ ଭିତରେ ବିଏସପିର ୧୫ ଜଣ ବରିଷ୍ଠ ନେତା ଦଳ ଛାଡ଼ି ନେତା ଅଛନ୍ତି, ଯେଉଁମାନେ ୨୦୧୭ରେ ଉତ୍ତରପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁଜନ ସମାଜ ପାର୍ଟି ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ । କେବଳ ବସପା ନୁହେଁ ବରଂ ସମାଜବାଦୀ ପାର୍ଟି, ଆରଏଲଡ଼ି ଓ କଂଗ୍ରେସ ଦଳରୁ ମଧ୍ୟ ୨୮ ଜଣ ବରିଷ୍ଠ ନେତା ଦଳ ଛାଡ଼ି ଭାଜପାରେ ସାମିଲ ହୋଇଥିବା ଜଣାଯାଇଛି । ଏହା ଉତ୍ତର ପ୍ରଦେଶରେ ବିରୋଧୀ ଦଳମାନଙ୍କର ଚିନ୍ତା ବଢାଇ ଦେଇଛି ।