ଭୁବନେଶ୍ୱରରୁ ମୋଦିଙ୍କୁ ଟାର୍ଗେଟ କଲେ ବିଏସପି ସୁପ୍ରିମୋ ! ଗତ ୫ ବର୍ଷରେ ପ୍ରତିଶ୍ରୁତି ପାଳନ କରିନାହାନ୍ତି, କେବଳ ପୁଞ୍ଜିିପତିଙ୍କ ପାଇଁ ଚୌକିଦାରି କରୁଛନ୍ତି ପ୍ରଧାନମନ୍ତ୍ରୀ

170

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାକୁ ମାରାଥନ ପ୍ରଚାରରେ ଆସୁଛନ୍ତି ଜାତୀୟ ନେତୃବୃନ୍ଦ । ଭୋଟ ସାଉଣ୍ଟିବା ପାଇଁ ବିଭିନ୍ନ ପ୍ରତିଶ୍ରୁତିମାନ ମଧ୍ୟ ଦେଉଛନ୍ତି । ଏହି ପରିପେକ୍ଷୀରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଏସପି ଷ୍ଟାର ପ୍ରଚାରକ ମାହାବତୀ । ବିଜେପି ଓ କଂଗ୍ରେସକୁ ଛାଡ଼ି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଯେମିତି କେନ୍ଦ୍ରରେ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ତୁଲାଇବେ, ସେନେଇ ଲଗାତାର ପ୍ରୟାସ କରୁଛନ୍ତି ମାୟାବତୀ ।

ଓଡିଶାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ମାୟାବତୀ । ଚଳିତ ନିର୍ବାଚନରେ ଦଳକୁ ବିଜୟୀ କରିବା ପାଇଁ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମାୟାବତୀ । ତା’ସହ ସଭାସ୍ଥଳରୁ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ଚୌକିଦାର ପ୍ରସଙ୍ଗରେ ବି ବିଜେପିକୁ ଘେରି କହିଛନ୍ତି ଯେ ଚଳିତ ନିର୍ବାଚନରେ ଏହି ନାଟକ ବାଜି କାମ କରିବନି । ବିଜେପି ଯେତେ ଚେଷ୍ଟା କଲେ ବି ବିଜୟ ଲାଭ କରିପାରିବନି ବୋଲି ମାୟାବତୀ କହିଛନ୍ତି । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ମୋଦି ପୁରଣ କରିନାହାନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି ।