ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷର ପାସ ହାର ୭୮.୭୬% । ଝିଅଙ୍କ ପାସ ହାର – ୮୧, ୯୮% , ପୁଅଙ୍କ ପାସ ହାର – ୭୭.୮ % ।

411

କନକ ବ୍ୟୁରୋ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ୭୮ ଦଶମିକ ୭୬ ପ୍ରତିଶତ ପାସ ସହ ମୋଟ୍ ୪ ଲକ୍ଷ ୨୧ ହଜାର ୨୫୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ- ୱାନ୍ ଗ୍ରେଡରେ ୧୨୭୯, ଏ-୨ ଗ୍ରେଡରେ ୮୪୫୮, ବି-୧ରେ ୧୮ ହଜାର ୧୮୮ ଛାତ୍ରଛାତ୍ରୀ, ବି-୨ ଗ୍ରେଡରେ ୩୧ ହଜାର ୩୨୮ ଜଣ ପାସ୍ କରିଛନ୍ତି ।

ସେହିପରି ସି-ଗ୍ରେଡରେ ୪୯ ହଜାର ୧୫୩, ଡି-ଗ୍ରେଡରେ ୮୯ ହଜାର ୫୬ , ଇ-ଗ୍ରେଡରେ ୨ ଲକ୍ଷ ୨୩ ହଜାର ୧୯୫ ଜଣ ପାସ୍ କରିଛନ୍ତି । ଚଳିତ ବର୍ଷ ପୁଣି ଥରେ ବାଜି ମାରିଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ହୋଇଛି । ୮୧ ଶଦମିକ ୯୮ ପ୍ରତିଶତ ଛାତ୍ରୀ ପାସ୍ କରିଥିବାବେଳେ ୭୭ ଦଶମିକ ୮ ପ୍ରତଶିତ ଛାତ୍ର ପାସ୍ କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୩୪ ହଜାର ୮୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ତେବେ ଚଳିତ ବର୍ଷ ୩୧ ଟି ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇଛି । ଅର୍ଥାତ ୩୧ଟି ସ୍କୁଲରୁ କୌଣସି ପରୀକ୍ଷାର୍ଥୀ ପାସ୍ କରିନାହାଁନ୍ତି । ଅନ୍ୟପଟେ ୬୭୮ଟି ସ୍କୁଲର ଶତପ୍ରତିଶତ ରେଜଲ୍ଟ ହୋଇଛି । ଅର୍ଥାତ ୬୭୮ଟି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କାହିଁକି ରେଜଲ୍ଟ ଖରାପ ହେଲା ସେସବୁର ତର୍ଜମା କରାଯିବ । ତାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।