କରୋନା ଭୟ ମଧ୍ୟରେ ମାଟ୍ରିକ ମୂଲ୍ୟାୟନ ଆରମ୍ଭ : ୩ଟି ସିଫ୍ଟରେ ହେବ ଖାତାଦେଖା, ସଚେତନ ସହ ସ୍ୱଚ୍ଛତା ଉପରେ ଦିଆଯାଇଛି ଗୁରୁତ୍ୱ

500

କନକ ବ୍ୟୁରୋ : କରୋନା ସଂକ୍ରମଣର ଭୟ ଭିତରେ ଆରମ୍ଭ ହୋଇଛି ମାଟ୍ରିକ୍ ଖାତାଦେଖା । କରୋନା ଭୂତାଣୁ ଲାଗି ଭୟ ଲାଗୁଚି କିନ୍ତୁ ଆସିବାକୁ ପଡୁଛି । ମାଟ୍ରିକ୍ ଖାତା ଦେଖା ଘୁଞ୍ଚାଇଥିଲେ ଭଲ ହୋଇଥାନ୍ତା ବୋଲି ମତ ରଖିଛନ୍ତି ଖାତା ଦେଖିବାକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟରେ ଆଜିଠାରୁ ୩ଟି ସିଟିଂରେ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଖୋର୍ଦ୍ଧାର ୩ଟି ସ୍ଥାନରେ ପରୀକ୍ଷା ଖାତା ଦେଖାଯାଉଥିଲା ବେଳେ ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି ଖାତା ଦେଖା ।

ଦେଶରେ କରୋନା ଭୂତାଣୁ ବିପର୍ୟ୍ୟୟ ସତ୍ତ୍ୱେ ମାଟ୍ରିକ ପରୀକ୍ଷା ଖାତା ଦେଖା ପକ୍ରିୟା ସ୍ୱଭାବିକ ଭାବେ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ନୀରିକ୍ଷକ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ନୀରିକ୍ଷକ ସାନିଟାଇଜର କିମ୍ବା ସାବୁନ ଦ୍ୱାରା ହାତ ପରିସ୍କାର ଭାବେ ଧୋଇବାକୁ କୁହାଯାଇଛି।

ଖାତା ଦେଖା କେନ୍ଦ୍ରରେ ଅଯଥା ଗହଳି କରିବା ଉପରେ କଟକଣା ଲଗାଯାଇଛି । ପ୍ରତ୍ୟେକ ନୀରିକ୍ଷକଙ୍କ ଭିତରେ ଏକ ମିଟରର ଦୂରତା ରଖିବାକୁ ଉପଦେଶ ଦିଆଯାଇଛି । ସୋମବାର ଅପରାହ୍ନରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭଡିଓ କନ୍ଫରେନ୍ସ ଜରିଆରେ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

Comments are closed.