କପିକୁ ନେଇ ପୁଲିସ-ଅଭିଭାବକ ମୁହାଁମୁହିଁ : କାମାକ୍ଷାନଗର ବିରିବୁଲେଇ ଓ ଗଡାପଳାସୁଣୀ ପରୀକ୍ଷା କେନ୍ଦ୍ରରେ ଚାପା ଉତ୍ତେଜନା, ପାଚେରୀ ଭାଙ୍ଗି ଧସେଇ ପଶିଲେ ଅଭିଭାବକ

537

କପିକୁ ନେଇ କୁରୁକ୍ଷେତ୍ର । କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ପୁଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି । ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା । ଫଳରେ ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ । ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତ୍ତେଜନା ଦେଖାଦେଇଛି । ଛାତ୍ରଛାତ୍ରୀଙ୍କୁ କପି ଦେବାକୁ ଯାଇଥିବା ଅଭିଭାବକ ପୁଲିସ ମାଡ଼ରେ ଆହତ ହୋଇଛନ୍ତି । ଆହତ ଅଭିଭାବକଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତି କରାଯାଇଛି ।

ସେପଟେ ପାଟଣାଗଡ ମନେଇପାଦ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତେଜନା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । ପରୀକ୍ଷା କେନ୍ଦ୍ରରେ କପି ଯୋଗାଇଦେବାକୁ ଶିକ୍ଷକ ଛାତଛାତ୍ରୀଙ୍କ ଠାରୁ ପଇସା ନେଇଥିଲେ । କିନ୍ତୁ ସିସିଟିଭି ଲାଗିଥିବାରୁ ଶିକ୍ଷକ ଜଣକ କପି ଯୋଗାଇପାରିନଥିଲେ । ଫଳରେ ସ୍କୁଲରେ ଅଭିଭାବକ ମାନେ ପହଚିଂ ପାଟିତୁଣ୍ଡ କରିଥିଲେ । ଏବଂ ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଶିକ୍ଷକ ଜଣକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପାଟଣାଗଡ ଥାନାରେ ସାମ୍ବାଦିକ ଜଣକ ଏତଲା ଦେବେ ପରେ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଛି ।