କନକ ବ୍ୟୁରୋ : ଆସନ୍ତା ମେ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଏବଂ ୨୦ ଦିନରେ ମାଟ୍ରିକ ଖାତାଦେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖାତାଦେଖାବେଳେସରକାରଙ୍କ କୋଭିଡ ଗାଇଡଲାଇନ ପାଳନ କରିବେ ମୂଲ୍ୟାୟନକାରୀ । ସମସ୍ତ ମୂଲ୍ୟାୟନକାରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ । ଆସନ୍ତା ୨୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ ମୂଲ୍ୟାୟନକାରୀ । ଏଥର ଅଧିକ ସଂଖ୍ୟକ ଶିକ୍ଷକ ଦଶମ ଖାତା ଦେଖିବେ ବୋଲି ସ୍ଥିର ହୋଇଛି ।
ରାଜ୍ୟରେ ଥିବା ଉଭୟ ଗ୍ରୀନ ଓ ରେଡ଼୍ ଜୋନରେ ଖାତା ଦେଖା ହେବ । ଯେଉଁ ପରୀକ୍ଷା କେନ୍ଦ୍ରରେ ଭିଡ ହେବାର ସମ୍ଭାବନା ରହିବ ସେଠାରେ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଆସନ୍ତା ମେ ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୨୦ ଦିନରେ ଖାତା ଦେଖିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର କୌଣସି କଂଟେନମେଂଟ ଜୋନରେ ମୂଲ୍ୟାୟନ କେନ୍ଦ୍ର ହୋଇନାହିଁ ବୋଲି ବୋର୍ଡ ସ୍ୱଷ୍ଟ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/33-2.jpg)