ମାଷ୍ଟର ବ୍ଲାଷ୍ଟର, ରନ୍ ମେସିନ୍, ତେନ୍ଦୁଲକର, ଏମିତି ଅନେକ ନାଁ ହେଲେ ବ୍ୟକ୍ତି ଜଣେ, ସଚିନ ରମେଶ ତେନ୍ଦୁଲକର । ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ରାଜ କରିଥିବା ଏବଂ କ୍ରିକେଟକୁ ଲୋକପ୍ରିୟତାର ଶୀର୍ଷକୁ ନେଇଥିବା ସଚିନଙ୍କର ଆଜି ୪୪ ତମ ଜନ୍ମଦିନ । କୁହାଯାଉଥିଲା ସଚିନ୍ ରେକର୍ଡ ପଛରେ ନଥିଲେ, ରେକର୍ଡ ଧାଇଁଥିଲା ସଚିନଙ୍କ ପଛରେ ।
ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ, ଆକଳନ କରି ହେଉନଥିବା ଲୋକପ୍ରିୟତା ଭିତରେ ଅବସର ନେଇଥିଲେ ବିଶ୍ୱ କ୍ରିକେଟର ଏହି ବାଦଶାହ୍ । ହେଲେ ଏବେ ବି ଅତୁଟ ରହିଛି କ୍ରେଜ୍ । ଜନ୍ମ ଦିନରେ ଛୁଟିଛି ଶୁଭେଚ୍ଛାର ସୁଅ । ଅନେକ ପ୍ରତିଷ୍ଠିତ କ୍ରିକେଟର ଏବଂ ପୂର୍ବତନ ସାଥୀ ଖେଳାଳି ଟ୍ୱିଟ୍ କରି ଜଣାଇଛନ୍ତି ବାର୍ଥ ଡେ ଉଇସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Sachine.jpg)