ନୂଆ ଅଡ଼ିଓ ଜାରି କଲା ମସୁଦ ଅଜହର ! କହିଲା, ପାକିସ୍ତାନ ପ୍ରତି ଚୀନର ସମର୍ଥନ ରହିଛି, ଭାରତକୁ ଡରିବାର ଆବଶ୍ୟକତା ନାହିଁ

855

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଠିକ ଏକ ସପ୍ତାହ ପରେ ମସୁଦ ଆଜହର ଏକ ନୂଆ ଅଡ଼ିଓ ଜାରି କରିଛି । ପୁଲୱାମା ଘଟଣାରେ ତା’ର କୌଣସି ପ୍ରକାର ହାତ ନାହିଁ ବୋଲି ଅଡ଼ିଓରେ କରିଛି । କେବଳ ଏତିକି ନୁହେଁ ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ବିଲକୁଲ ଜାଣିନଥିବା ମଧ୍ୟ କହିଛି । ଅଡ଼ିଓରେ ସେ ପାକିସ୍ତାନ ସରକାର ଓ ମିଡ଼ିଆକୁ ଡରୁଆ ବୋଲି ମଧ୍ୟ କହିଛି । ଏହାପୂର୍ବରୁ ଆକ୍ରମଣ ପରେ ଜୈଶ ଏଥିପାଇଁ ନିଜକୁ ଦାୟୀ କରିଥିଲା । କିନ୍ତୁ ପୁଲୱାମା ଆକ୍ରମଣରେ ସଂମ୍ପୃକ୍ତି ନେଇ ଏବେ ମନା କରିଦେଉଛି ଜୈଶର ମୁଖ୍ୟ ।

ଆଜି ଜାରି ହୋଇଥିବା ଅଡ଼ିଓରେ କହିଛି ମସୁଦ ଅଜହର ପୁଲୱାମା ଆକ୍ରମଣ ଯୋଗୁଁ ଭାରତ ପ୍ରଦାନମନ୍ତ୍ରୀ ମୋଦିଙ୍କୁ ସାଧାରଣ ନିର୍ବାଚନରେ କ୍ଷତି ସହିବା ପାଇଁ ପଡ଼ିବ । ଚୀନ ସବୁବଳେ ପାକିସ୍ତାନକୁ ସମର୍ଥନ କରିବ । ଏଥିପାଇଁ ପାକିସ୍ତାନ ଭାରତକୁ ଡରିବା ଦରକାର ନାହିଁ । ନରେନ୍ଦ୍ର ମୋଦି କାଶ୍ମୀରେ ପୁରାପୁରି ଫେଲ ହୋଇଯାଇଛନ୍ତି ବୋଲି କହିଛି ଅଜହର ।

ଅଡ଼ିଓର ଆଦିଲ ଅହମ୍ମଦର ପ୍ରଶଂସା କରିଛି ମସୁଦ । ଯେତେ ଗାଳି ଦେବା କଥା ମୋତେ ଦିଅ, ଆଦିଲକୁ କିଛି କୁହ ନାହିଁ ବୋଲି । କାଶ୍ମୀରରେ ସ୍ୱାଧୀନତାର ଲଢେଇ ଆରମ୍ଭ ହୋଇଯାଇଛି । ସେଠାରେ କୌଣସି ପ୍ରକାର ବିଦେଶୀ ଶକ୍ତିର ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଛି ମସୁଦ୍ ।