ବିଶ୍ୱ ଜଳ ଦିବସ ! ପୁରୀ ବେଳାଭୂମୀରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସୁନ୍ଦର ବାଳୁକାକଳା

57

କନକ ବ୍ୟୁରୋ : ଜଳ ବହୁଳେ ସୃଷ୍ଟି ନାସ ଜଳ ବିହୁନେ ସୃଷ୍ଟି ନାସ । ବନ୍ୟା ଓ ସୁନାମୀ ଶହଶହ ଜୀବନ ନେଇ ପାରେ , ମୁନ୍ଦାଏ ପାଣି ଜୀବନ ବଂଚେଇ ପାରେ । ଅନେକ ସ୍ଥାନରେ ସଚେତନା ଅଭାବ ଯୋଗୁଁ ପାଣି ନଷ୍ଟ ମଧ୍ୟ ହୋଇଥାଏ । ଜଳର ସୁରକ୍ଷା ପାଇଁ ସଚେତନତାର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଏ ।

ଚଳିତ ବର୍ଷ ଜଳ ଦିବସରେ ଥିମ୍ ରହିଛି ଆମେ କାହିଁକି ଜଳ ନଷ୍ଟ କରିବା ‘ ହ୍ୱାଏ ୱେଷ୍ଟ ୱାଟର’ । ଜୀବଜଗତ ହେଉ ବା ଉଦ୍ଭିଦ ଜଗତ ସମସ୍ତଙ୍କ ବଂଚିବା ପାଇଁ ପାଣି ନିହାତି ଆବଶ୍ୟକ । ତେଣୁ ଏହାର ସୁରକ୍ଷା ପାଇଁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି । ଏହି ଅବସରରେ ପୁରୀ ବେଳାଭୂମୀରେ ବାଲୁକା ଶିଳ୍ପୀ ମାନସ ସାହୁ କରିଛନ୍ତି ସୁନ୍ଦର କଳାକୃତି ।

ଲାଇଟ୍ ହାଉସ୍ ବେଳାଭୂମୀରେ ମାନସ ଓ ତାଙ୍କ ଛାତ୍ରଛାତ୍ରୀ ୫ ଫୁଟ ଉଚ୍ଚ ଓ ୧୫ ଫୁଟ୍ ଲମ୍ବର ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସେ ୨୦ ଟନ୍ ବାଲି ବ୍ୟବହାର କରିଛନ୍ତି । ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ତାଙ୍କର ବାର୍ତ୍ତା ରହିଛି ପ୍ରେମ ବିନା ବଂଚି ହେବ ହେଲେ ଜଳ ବିନା ନୁହେଁ । ‘ଗୋଟିଏ ଜଳ ବୁନ୍ଦା ଜୀବଜଗତ ପାଇଁ ଗୁରୁତ୍ୱ ବହନ କରିଥାଏ’ ବୋଲି ପୁରୀ ବେଳାଭୂମୀରେ ହୋଇଥିବା ବାଲୁକା ଶିଳ୍ପ କହୁଛି ।