ମାଲକାନଗିରି ସମେତ ଛତିଶଗଡରେ ଚାଲିଛି ନକ୍ସଲ ନିପାତ ଅଭିଯାନ : ମାଓ ସଂଗଠନ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଯୋଜନା

90

କନକ ବ୍ୟୁରୋ : ମାଲକାନଗିରି ସମେତ ପଡୋଶୀ ଛତିଶଗଡରେ ଜାରି ରହିଛି ନକ୍ସଲ ନିପାତ ଅଭିଯାନ । ଏମିତି ସମୟରେ କେବଳ ସ୍ଥଳ ଭାଗରେ ନୁହେଁ ଆକାଶମାର୍ଗରୁ ବି ଆକ୍ରମଣ କରିବ ବୋଲି ମଧ୍ୟ ଜଣାପଡ଼ିଛି । ତେବେ କେବେ ଏବଂ କେଉଁ ଅଞ୍ଚଳରେ, କେମିତି ଆକାଶ ମାର୍ଗରୁ ହମଲା ହେବ ସେନେଇ ଛତିଶଗଡ ପୁଲିସ ତରଫରୁ କୌଣସି ସୂଚନା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି । କିନ୍ତୁ ରାଜ୍ୟ ସରକାର ଆକାଶ ମାର୍ଗରୁ ହମଲା ନେଇ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାପଡିଛି । ଯାହାକୁ ନେଇ ମାଓ ସଂଗଠନ ଏବେ ଭୟଭୀତ ଅବସ୍ଥାରେ ରହିଛି ।

image courtesy – News Front

ସମ୍ଭାବ୍ୟ ଆକାଶମାର୍ଗରୁ ହମଲାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ ତାରିଖ ଦିନ ବସ୍ତର ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ । ଏପରିକି କିଛି ସ୍ଥାନରେ ଯାତାୟାତକୁ ପ୍ରଭାବିତ ପାଇଁ ରାସ୍ତକୁ ଖୋଲି ଦେଇଛନ୍ତି ମାଓବାଦୀ । ଅନ୍ୟପଟେ ସୁକମା ଜିଲ୍ଲାର ବିଭିନ୍ନ ଜଂଗଲ ଉପରେ ଏମଆଇ-୧୭ ହେଲିକପ୍ଟର ବୁଲୁଥିବା ମଧ୍ୟ ଜଣାପଡିଛି । ବାୟୁସେନାର ଏହି ହେଲିକପ୍ଟର ଯୋଗେ କିଭଳି ଆକ୍ରମଣ କରାଯିବ ସିଆରପିଏଫ, କୋବ୍ରା, ଡିଆରଜି, ଏସଟିଏଫ ଯବାନ ତାଲିମ ମଧ୍ୟ ନେଇଥିବା ଜଣାପଡିଛି ।