ମାଓବାଦୀଙ୍କ ଟାର୍ଗେଟରେ ଗୁରୁପ୍ରିୟା ସେତୁ ! ଗୋଇନ୍ଦା ସୂଚନା ପାଇବା ପରେ ହାଇଅଲର୍ଟ ଜାରି

29

କନକ ବ୍ୟୁରୋ : ମାଲକାନଗିରିର ବିଚ୍ଛିନ୍ନାଂଚଳକୁ ଯୋଡିବା ପାଇଁ ନିର୍ମାଣଧିନ ଗୁରୁପ୍ରିୟା ସେତୁ ମାଓବାଦୀଙ୍କ ଟାର୍ଗେଟରେ ରହିଛି । ଏବେ ଗୁରୁପ୍ରିୟା ସେତୁ ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ହେଉଥିବା ଗୋଇନ୍ଦା ସୂଚନା ମିଳିଛି । ଗୋଇନ୍ଦା ସୂଚନା ମିଳିବା ପରେ ସଂପୃକ୍ତ ଅଂଚଳରେ ଜାରି ହୋଇଛି ହାଇ ଅଲର୍ଟ । ଏଥିସହ ଯବାନମାନେ ଗୁରୁପ୍ରିୟା ସେତୁ ଅଂଚଳରେ ୨୪ ଘଂଟିଆ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏବେ ଗୁରୁପ୍ରିୟା ସେତୁ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ମାଓବାଦୀମାନେ ସେତୁକୁ କ୍ଷତି ପହଂଚାଇବାକୁ ଯୋଜନା କରୁଥିବା ଗୋଇନ୍ଦା ସୁଚନା ମିଳିଛି ।