ଶକ୍ତି ସଂଗ୍ରହ କରୁଛି ବିଜେପି ! ପଦ୍ମ ଧରୁଛନ୍ତି ଅନ୍ୟ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀ, ଗେରୁଆ କ୍ୟାମ୍ପରେ ନାହାନ୍ତି କି ଯୋଗ୍ୟ ପ୍ରାର୍ଥୀ ?  

310

କନକ ବ୍ୟୁରୋ : ଫାଇନାଲ ପାଇଁ ଶକ୍ତି ଗୋଟାଉଛି ରାଜ୍ୟ ବିଜେପି । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଲୋକପ୍ରିୟ ନେତାଙ୍କୁ ଦଳରେ ମିଶାଉଛି ଗେରୁଆ ଦଳ । ବିଗତ କିଛି ଦିନ ଭିତରେ ଅନେକ ନେତା ନିଜ ଦଳ ଛାଡ଼ି ବିଜେପି ଗଡ଼ରେ ସାମିଲ ହେଉଛନ୍ତି । ବିଜେଡ଼ିରେ ଟିକେଟ ପାଇନଥିବା ନେତା ବିଜେପିରେ ସାମିଲ ହେଉଛନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଛି ନିଜ ଦଳର ପ୍ରାର୍ଥୀଙ୍କ ଉପରେ କ’ଣ ବିଜେପିର ଭରସା ନାହିଁ । ୧୨୦ ମିଶନ ପାଇଁ ଗେରୁଆ ଦଳକୁ ମିଳିବ କି ବଳ ?

ଆଉ କିଛି ଦିନ ପରେ ନିର୍ବାଚନ । ରାଜ୍ୟରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସବୁ ଟିକେଟ ଫାଇନାଲ ହୋଇନଥିଲେ ହେଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଉଭୟ ଦଳ । କେବଳ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିନି । ବିଜେଡ଼ି ଅଭିଯୋଗ କରିଛି ଗେରୁଆ ଦଳରେ ଯୋଗ୍ୟ ପ୍ରାର୍ଥୀ ନାହାନ୍ତି, ତେଣୁ ଏଯାଏଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିନି । ଆଜି ଗୋଟିଏ ଦିନରେ ବିଜେପିରେ ମିଶିଛନ୍ତି ଅନେକ ନେତା । ମୟୁରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ଆସିକା ବିଧାୟକ ଦେବରାଜ ମହାନ୍ତ. ଦଶପଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟ. ପୂର୍ବତନ ବିଜେଡ଼ି ନେତ୍ରୀ କୁସୁମ ଟେଟେ, ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟାଣ ରାଓ ବିଜେପିରେ ମିଶିଛନ୍ତି ।

ଏସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ବିଜେପି ନିଜ ଦଳର ପ୍ରାର୍ଥୀ ଉପରେ ଭରସା କରୁନି କି ?  ଆଜିଯାଏଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ନକରିବାର ଏହା ପ୍ରମୁଖ କାରଣ ନୁହେଁ ତ ? ତେବେ ସେ ଯାହା ବି ହେଉ ୧୨୦ ମିଶନ ପାଇଁ ଦଳବଦଳ ରାଜନୀତି ବିଜେପିକୁ ସହାୟକ ହେବ କି ନାହିଁ ତାହା ସମୟ କହିବ ।