କନକ ବ୍ୟୁରୋ : ପ୍ରତୀକ୍ଷାର ଅବସାନ ଘଟିଲା । ଆରମ୍ଭ ହେଲା ବର୍ଷା । ଅସହ୍ୟ ଗୁଳୁଗୁଳି ଓ ଗରମରୁ ଆଶ୍ୱସ୍ତି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି । ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡିଶାରେ ସକ୍ରିୟ ହୋଇଛି ମୌସୁମୀ । ମୌସୁମୀ ପ୍ରଭାବ ଯୋଗୁଁ ଆରମ୍ଭ ହୋଇଯାଇଛି ବର୍ଷା । ତିନି ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଗତ ରାତିରୁ ବର୍ଷା ହେବା ପରେ ପାଗ ବଦଳିଛି । ତାପମାତ୍ରା କମିବା ସହ ପାଗ ମେଘୁଆ ରହିଛି ।
/kanak/media/post_attachments/wp-content/uploads/2018/06/monsoon-300x200.jpg)
ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ମଧ୍ୟ ଲୁଚକାଳି ଖେଳୁଥିଲା ମୌସୁମୀ । ଗତ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁଥିଲେହେଁ ବର୍ଷା ଗାୟବ ହୋଇଯାଇଥିଲା । ଦିନେ ଦୁଇ ଦିନ ବର୍ଷା ପରେ ମୌସୁମୀ ଉଭାନ ପ୍ରାୟ ହୋଇଯାଇଥିଲା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିଲେ ଲୋକେ । ମୌସୁମୀ ବର୍ଷାରେ ତାପାମାତ୍ରା କମିବା ନେଇ ଆଶ ରଖିଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଧାନ ବୁଣିବାକୁ ସଜବାଜ ହେଉଥିବା ଚାଷୀକୂଳ ମୁଣ୍ଡରେ ହାତଦେଇ ବସିଥିଲେ । ପ୍ରାୟ ସାତ ଆଠ ଦିନ ନିଖୋଜ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା ।
ମୌସୁମୀ ବର୍ଷା ପରେ ରାଜ୍ୟରେ ଏବେ ତାପମାତ୍ରା କମିବ ବୋଲି ଆଶା ରଖିଛନ୍ତି ଲୋକେ । ଅନେକ ଦିନର ଗରମ ଓ ଗୁଳୁଗୁଳିରୁ ଶେଷର ରକ୍ଷା ମିଳିବ । ଚାଷୀକୂଳ ଏବେ ଅଚିନ୍ତାରେ ବେଉସା ଆରମ୍ଭ କରିପାରିବେ ।