କନକ ବ୍ୟୁରୋ : ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମନୋହର ପାରିକର । ସନ୍ଧ୍ୟା ପ୍ରାୟ ୫ ଟାରେ ପାରିକରଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ରହିଛି । ଶପଥ ଗ୍ରହଣ ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପାରିକରଙ୍କୁ ୧୫ ଦିନ ସମୟ ଦେଇଛନ୍ତି ରାଜ୍ୟପାଳ ।
ଆଜି ଶପଥ ଗ୍ରହଣ ଉତ୍ସବରେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ମନ୍ତ୍ରୀ ନୀତିନ ଗଡକରୀ ସାମିଲ ହେବେ । ଗୋଆର ମାପୁସା ବିଧାନସଭା ଆସନରୁ ପାରିକର ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଏଠାରୁ ବିଜେପି ନେତା ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଫ୍ରାନସିସ୍ ଡିସୌଜା ଜିତିଛନ୍ତି ।ତେବେ ତାଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/uu-2.jpg)