ପୁରୀର ମଙ୍ଗୁମଠରେ ଚାଲିଲା ବୁଲଡୋଜର : ଦ୍ୱିତୀୟ ଦିନରେ ଭଙ୍ଗାଯାଉଛି ଲଜ୍ ଓ ଅନ୍ୟାନ୍ୟ ଘର

168

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଭଙ୍ଗାଯାଉଛି ପୁରୀର ମଙ୍ଗୁମଠ ।  ବହୁ ବାଦବିବାଦ ପରେ ଜିଲ୍ଲା ପ୍ରଶାସନ ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଆପୋସ ଆଲୋଚନା ଜରିଆରେ ଏହି ଉଚ୍ଛେଦ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ଦ୍ୱିତୀୟ ଦିନରେ ମଙ୍ଗୁମଠ ଉଚ୍ଛେଦ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ୩ଟି ମଠର ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ଉଚ୍ଛେଦ ଅଭିଯାନରେ  ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସାମ୍ନାରେ ଥିବା ଏମାର ମଠ, ଲଙ୍ଗୁଳି ମଠ ଏବଂ ବଡ଼ ଆଖଡ଼ା ମଠର ପ୍ରାୟ ଦଶ ଏକର ଜମି ପ୍ରଶାସନ ଦଖଲକୁ ଯାଇଛି । ଏହି ଉପଲକ୍ଷେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ସେପଟେ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତୀ ଅଂଚଳରେ ଆଜି ଜବରଦଖଲ ଉଚ୍ଛେଦ ହୋଇଯାଇଛି । । ମନ୍ଦିରର ଚାରିପାଶ୍ୱର୍ରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକନା, କୋଠା ଆଦିକୁ ଭଙ୍ଗାଯିବ । ଏନେଇ ଖବର ପ୍ରଚାର ହେବା ପରେ ଗତକାଲି ସ୍ଥାନୀୟ ଅଂଳଚରେ ଉଠାକୋଦାନୀ ତଥା ଅସ୍ଥାୟୀ ଦୋକାନୀମାନେ ନିଜର କ୍ୟାବିନ୍କୁ ଉଠାଇ ନେଇଛନ୍ତି । ସେହିପରି ସ୍ଥାୟୀ ଦେକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ,  ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଛନ୍ତି । ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଅସ୍ଥାୟୀ ନିର୍ମାଣକୁ କାଢ଼ି ଦିଆଯାଇଥିଲା ।