ଘର ପଛପଟେ ପଡ଼ିରହିଛି ବର୍ଷକର ପରିଶ୍ରମ : ଟୋକନ୍ ନମିଳିବାରୁ ବିକ୍ରି ହେଇ ପାରୁନି ଧାରକରଜ କରି ଅମଳ କରିଥିବା ଧାନ, ସମସ୍ୟା ସମାଧାନ ନହେଲେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ଚାଷୀ

101

କନକ ବ୍ୟୁରୋ : ଚାଷୀଙ୍କ ଉପରେ ଦାଉ ସାଧୁଛି ଟୋକନ୍ ବ୍ୟବସ୍ଥା । ଚାଷୀଙ୍କୁ ଦାଉ ସରକାର ଚାଷୀମାନଙ୍କ ହିତ ଉଦ୍ଧେଷ୍ୟରେ କରିଥିଲେ ଟୋକନ୍ ବ୍ୟବସ୍ଥା । ହେଲେ ଏହି ବ୍ୟବସ୍ଥା ଯୋଗୁଁ ପ୍ରକୃତ ଚାଷୀମାନେ ବଳି ପଡ଼ିଯାଉଥିବା ନଜରକୁ ଆସିଛି । ଫଳରେ ଆତ୍ମହତ୍ୟା ଭଳି ଚରମ ଚେତାବନୀ ଦେଇଛନ୍ତି ଚାଷୀ ।

ଆଠଗଡ଼ ବ୍ଳକ ଅଧିକ ଛଅଗାଁ ପଞ୍ଚାୟତରେ ଚାଷୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଧାରକରଜ କରି ଧାନଚାଷ କରି ଅମଳ ବି କରିଥିଲେ । କିନ୍ତୁ ସରକାରଙ୍କ ଟୋକନ୍ ବ୍ୟବସ୍ଥାରେ ଟୋକନ୍ ନମିଳିବାରୁ ଘରେ ପଡି ରହିଛି ଶହ ଶହ ଧାନବସ୍ତା । ବର୍ଷା ମାଡ଼ଖାଇ ଧାନ ମଧ୍ୟ ନଷ୍ଟ ହେଇଗଲାଣି ।

ମଣ୍ଡିର ଅବଧୀ ମଧ୍ୟ ଶେଷ ହୋଇ ଆସୁଛି । ତେଣୁ ଚାଷୀ ଧାନ ବିକ୍ରି କରିବା ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ମଣ୍ଡିରେ କଳାବଜାରି ହେଉଥିବା ଯୋଗୁଁ ମଧ୍ୟ ଚାଷୀ ଆହୁରି ହଇରାଣ ହେଉଛନ୍ତି ।  ଚାଷୀ ମଣ୍ଡିରେ ଧାନ ବିକିବାକୁ ବଂଚିତ ହେଉଥିବା ବେଳେ କେବଳ ରେକର୍ଡ଼ ଧାରୀ ଚାଷୀ ଓ ଦଲାଲରାଜ ଯୋଗୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଦେଖିପାରୁ ନାହାନ୍ତି ।