ମାଲକାନଗିରିର ଏକାଧିକ ମଣ୍ଡିରେ ପ୍ରଶାସନର ଚଢ଼ାଉ : ବେଆଇନ ଗଛିତ ଧାନ ଜବତ, ଟୋକନ ନଥିବା ଧାନ ଗଛିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

225

କନକ ବ୍ୟୁରୋ : ମାଲାକନଗିରି ଧାନ ଚାଷୀଙ୍କ ମୁଣ୍ଡରେ ଚଡକ ।   ମିଲରେ ପ୍ରଶାସନର ଚଢ଼ାଉ । ଯୋଗାଣ ବିଭାଗର ଅଧିକାରୀ ମାନେ ମଣ୍ଡିରେ ଚଢାଉ କରି, ମାସ ମାସ ଧରି ଗଚ୍ଛିତ ଧାନକୁ ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଜାଲ ଚାଷୀ ରୋକିବା ଲାଗି ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗର ବଡ ପଦକ୍ଷେପ ବୋଲି ପ୍ରଶାସନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।

ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ର ତଥ୍ୟ ଅନୁସାରେ ଏ ଯାଏଁ ପ୍ରାୟ ୧୦ ଲକ୍ଷ ୯୧ ହଜାର ୧୬୪ କ୍ୱିଂଟାଲ ଧାନ କିଣାଯାଇଛି । ଟୋକନ ଥିବା ଚାଷୀଙ୍କ ଧାନ କ୍ରୟ କରି ସରି ଥିବା କୁହା ଯାଇଛି । ଏପରି ସ୍ଥିତି ରେ ସରକାରୀ କାଗଜ ପତ୍ର ରେ କୌଣସି ଚାଷୀଙ୍କ ଧାମ କିଣିବା ବାକି ନାହିଁ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ୬୨ଟି ମଣ୍ଡି ଓ ୨୩ ମିଲରେ ଏହି ଚଢାଉ ହୋଇଛି ।