କନକ ବ୍ୟୁରୋ : ଧାନ ମଣ୍ଡିରେ ଚାଲୁଛି ମିଲରଙ୍କ ଦାଦାଗିରି । ଇଚ୍ଛା ଅନୁସାରେ ଖୋଲୁଛି ମଣ୍ଡି ଓ କରୁଛନ୍ତି କଟଣି ଛଟଣି । ଖୋଲା ଆକାଶ ତଳେ ଧାନ ବସ୍ତାକୁ ଲାଟ ମାରି ଘଂଟା ଘଂଟା ଧରି ଜଗି ବସିଛି ଚାଷୀ । ସରକାରୀ ମଣ୍ଡିରେ ଧାନ ବିକ୍ରି କରି ଦୁଇ ପଇସା ପାଇବା ଆଶାରେ ମଣ୍ଡିକୁ ଧାଇଁ ଆସିଛନ୍ତି । ହେଲେ ଠିକ୍ ସମୟରେ ମଣ୍ଡି ଖୋଲୁ ନଥିବା ବେଳେ କଟନୀ ଛଟନୀ ଆଳରେ ମିଲର ଧାନ ଉଠାଉ ନଥିବାରୁ ଏମିତି ହିନସ୍ତ ହେଉଛନ୍ତି ଅନ୍ନଦାତା । ସରକାରୀ ନିୟମ କହୁଛି ସକାଳ ୧୦ଟାରୁ ମଣ୍ଡି ଖୋଲିବ ହେଲେ ବାଲେଶ୍ୱର ସଦର ବ୍ଲକ ମନୁଢିହା ମଣ୍ଡି ଦିନ ୩ଟା ଯାଏଁ ଖୋଲୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।
କେବଳ ଯେ, ମିଲର ମାନେ ମଣ୍ଡିକୁ ବିଳମ୍ବରେ ଆସୁଛନ୍ତି ତାହା ନୁହେଁ ଦୂର ଦୁରାନ୍ତରୁ ଆସୁଥିବା ଚାଷୀମାନଙ୍କ୍ୁ ୫୦୦ରୁ ୧୦୦୦ ଟଙ୍କା ମାଗୁଛନ୍ତି । ସେପଟେ ଚାଷୀଙ୍କ ଅଭିଯୋଗକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି ମିଲ୍ କର୍ମଚାରୀ । ଗାଡି ଅଭାବ ଯୋଗୁଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ।
ତେବେ ଏଠି ପ୍ରଶ୍ନ ଉଠୁଛି ମଣ୍ଡି ଖୋଲିବା ନେଇ ସମବାୟ ସମିତି ପୂର୍ବରୁ ପ୍ରସ୍ତୁତି କରିଥିଲା ନା ନାହିଁ? ଯଦି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ମଣ୍ଡି ଖୋଲିଲା ତେବେ ଗାଡି ପ୍ରସ୍ତୁତ ନଥିଲା କାହିଁକି? କାହା ଭୂଲ ପାଇଁ ଘଂଟା ଘଂଟା ଧରି ମଣ୍ଡିରେ ପଡି ରହିଲେ ଚାଷୀ? ଏସବୁର ତଦନ୍ତ ହେବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Screen-shot-2019-01-14-at-5.20.32-PM-300x168.png)