ଥଣ୍ଡାପାନୀୟ ପିଉଥିଲେ ସାବଧାନ ! କୋକାକୋଲା ବୋତଲରୁ ମିଳିଲା ପଚାମୂଷା

47

ଆଜିକାଲି ଦେଶର ଅଧାରୁ ଅଧିକ ଲୋକ ମୃଦୁ ପାନୀୟ ପିଇବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ମୃଦୁ ପାନୀୟ ତିଆରି କରୁଥିବା କମ୍ପାନୀମାନଙ୍କର ଅବହେଳା ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ପୂର୍ବରୁ ଅନେକ ଥର ମୃଦୁ ପାନୀୟରେ ପୋକ ଥିବା ବା ମରି ଯାଇଥିବା ଅସରପା ମିଳିଥିବା ଖବର ସାମ୍ନାକୁ ଆସି ସାରିଛି । ଏ ନେଇ ଅନେକ ସଚେତନ କରା ଯାଉଥିଲେ ମଧ୍ୟ କମ୍ପାନିମାନେ ଜିନିଷ ତିଆରି କରିବାରେ ଅବହେଳା କରୁଛନ୍ତି । ସେଭଳି ଏକ ଘଟଣା ଆର୍ଜେଣ୍ଟିନାରେ ଘଟିଥିବା ଖବର ମିଳିଛି । ଏକ କୋକାକୋଲା ବୋତଲ ମଧ୍ୟରୁ ସଢ଼ି ଯାଇଥିବା ମୂଷା ବାହାରିଥିବା ଖବର ସାମ୍ନାକୁ ଆସିଛି । କିଣି ଥିବା ଲୋକ ଜଣକ ଏହାର ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ ମଧ୍ୟ କରିଛନ୍ତି ।

ସୂଚନା ମୂତାବକ, ଶୋଷ ମେଣ୍ଟାଇବାକୁ ଯାଇ ଆର୍ଜେଣ୍ଟିନାର ଡ଼ିଏଗୋ ପେରେୟା ଏକ ଦୋକାନରୁ କୋକା-କୋଲା ବୋତଲ କିଣିଥିଲେ । ଏହା ପିଇବାକୁ ଯାଉଥିବା ବେଳେ ବୋତଲ ଭିତରେ କିଛି ଥିବାର ତାଙ୍କୁ ଲାଗିଥିଲା । ତାହା କ’ଣ ବୋଲି ଜାଣିବା ପାଇଁ ଡ଼ିଏଗୋ ଏକ ପାତ୍ରରେ ପୂରା ବୋତଲକୁ ଖାଲି କରିଥିଲେ । ଖାଲି କରି ସାରିବା ପରେ ସଢ଼ି ଯାଇଥିବା ମୂଷାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଘଟଣା ତାଙ୍କ ସହ ଘଟିବା ପରେ ଅନ୍ୟ ଲୋକମାନଙ୍କୁ ସତର୍କ କରାଇବା ପାଇଁ ସେ ତାହାର ଏକ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଏହି ଭିଡ଼ିଓଟି ଧୀରେ ଧୀରେ ଭାଇରାଲ ହେବାରେ ଲାଗିଥିବା ବେଳେ ଭିଡ଼ିଓକୁ ୯୦୦ ଜଣ ଲୋକ ସେୟାର କରିଥିବା ଜଣା ପଡ଼ିଛି ।