ଇଟାଭାଟିରେ କାମ କଲାବେଳେ ଆରମ୍ଭ ହେଲା ପ୍ରେମ : ପରସ୍ପରର ସ୍ତ୍ରୀ’କୁ ନେଇ ଦୁଇ ଯୁବକ ଫେରାର୍

2,043

କନକ ବ୍ୟୁରୋ : ଇଟାଭାଟିରେ କାମ କରୁଥିବା ବେଳେ ପରସ୍ପରର ସ୍ତ୍ରୀକୁ ନେଇ ଫେରାର୍‌ ହୋଇ ଯାଇଛନ୍ତି ଦୁଇଜଣ ଯୁବକ । ବାଲେଶ୍ବର ଅଞ୍ଚଳରେ ଘଟିଛି ଏହି ଘଟଣା । ବାଙ୍ଗିରିପୋଷି ଅଞ୍ଚଳର ଜଣେ ଯୁବକ ତାଙ୍କ ସ୍ତ୍ରୀ ସହ ବାଲେଶ୍ବର ଅଞ୍ଚଳର ଏକ ଇଟାଭାଟିରେ କାର୍ଯ୍ୟ କରୁଥିଲେ। ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ଯୁବକଙ୍କ ସ୍ତ୍ରୀ ସହିତ ବାଙ୍ଗିରିପୋଷି ଅଞ୍ଚଳର ଜଣେ ଯୁବକଙ୍କର ପ୍ରେମସଂପର୍କ ଗଢ଼ି ଉଠିଥିଲା ।

ପରେ ଉକ୍ତ ମହିଳାଙ୍କୁ ନେଇ ସେ ଫେରାର୍‌ ହୋଇଗଲେ । ଏପଟେ ଦ୍ବିତୀୟ ଯୁବକ ଜଣଙ୍କ ନିଜ ସ୍ତ୍ରୀକୁ ନ’ ପାଇ ପ୍ରଥମ ବ୍ୟକ୍ତିର ସ୍ତ୍ରୀଙ୍କୁ ନେଇ ପଳାଇଛି । ପ୍ରଥମ ମହିଳାଙ୍କ ଭାଇ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ଏହି ଖବର ସାମ୍‌ନାକୁ ଆସିଛି । ବାଙ୍ଗିରିପୋଷି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଉଭୟ ଯୁବକଙ୍କର ପୂର୍ବରୁ ୨ଟି ଲେଖା ପିଲା ଅଛନ୍ତି ।