ମଜା ଦେଖିବା ପାଇଁ ମାଙ୍ଗଡ଼କୁ ପାଣିକୁ ଠେଲିଦେଲେ ଜଣେ ଦୁଷ୍ଟବ୍ୟକ୍ତି ! ଆଉ ତା’ପରେ ମାଙ୍କଡ଼ ଯାହା କଲା . . . ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

32

ମାଙ୍କଡ଼ ସହ ମସ୍ତିମଜାକ କରିବା ଜଣେ ବ୍ୟକ୍ତି ପାଇଁ ମହଙ୍ଗା ପଡ଼ିଗଲା । ଚୀନର ଫୁଜିଆନରେ ଜଣେ ପର୍ଯ୍ୟଟକ ପୁଲ ପାଖରେ ବସିଥିବା ଏକ ମାଙ୍କଡ଼କୁ ପାଣି ଭିତରକୁ ଠେଲିଦେଇଥିଲେ । ତେବେ ପାଣି ଭିତରେ ପଡ଼ିଯିବା ବଦଳରେ ମାଙ୍ଗଡ଼ର ପ୍ରତି ଆକ୍ରମଣ ଉକ୍ତ ବ୍ୟକ୍ତିକୁ ସାରା ଜୀବନ ମନେରହିବ । ଏପରି କିଛି କିରବା ପୂର୍ବରୁ ଦୁଷ୍ଟ ବ୍ୟକ୍ତି ଜଣକ ନିଶ୍ଚୟ ଦୁଇଥର ଚିନ୍ତା କରିବେ । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଏବେ ଖୁବ ଜୋରରେ ଭାଇରାଲ ହେଉଛି ।

ଭିଡ଼ିଓରେ ଦେଖିବା ପାଇଁ ମିଳୁଛି ଏକ ମାଙ୍କଡ଼ ୱାଟରପୁଲର ରେଲିଂ ପାଖରେ ବସିଛି । ଜଣେ ସଇତାନ ଯୁବକ ଚୁପି ଚୁପି ଯାଇ ମାଙ୍କଡ଼କୁ ପାଣି ଭିିତରକୁ ଧକ୍କା ଦେଇଦିଏ । ତେବେ ମାଙ୍କଡ଼ଟି ପାଣିରେ ଖସିପଡ଼ିବା ପରିବର୍ତ୍ତେ ଉକ୍ତ ଯୁକ ଉପରକୁ ଆକ୍ରମଣ କରିଦେଇଥିଲା । ତେବେ ମାଙ୍କଡ଼ର ଉଗ୍ର ରୂପ ଦେଖି ବ୍ୟକ୍ତି ଜଣକ ଦୌଡ଼ି ଲୁଚିବା ପାଇଁ ଚେଷ୍ଟା କରିଥିଲେ । ତଥାପି ମାଙ୍କଡ଼ଟି ଉକ୍ତ ଦୁଷ୍ଟ ବ୍ୟକ୍ତିର ପିଛା ଛାନୁନଥିଲା । ଭିଡ଼ିଓରୁ ପୁରା ଜଣାପଡ଼ୁଛି ନିଜ ସହ ହୋଇଥିବା ଅନ୍ୟାୟକୁ ନାପସନ୍ଦ କରିଛି ମାଙ୍କଡ଼ । ମାଙ୍କଡ଼ର ଏପରି ରୂପ ଦେଖି ମନ୍ଦିର ଭିତରେ ଲୁଚିବା ପାଇଁ ଚେଷ୍ଟା କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲ ମାଙ୍କଡ଼ ସହ ଏପରି ହୋଇଥିବା ଦେଖି ଆଉ ଜଣେ ସାଥୀ ମାଙ୍କଡ଼ ମଧ୍ୟ ଆକ୍ରମଣ କରିବା ପାଇଁ ଆସିଯାଇଥିଲା ।

ଆଉ ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ସେଠାରେ ଆଉ ଅନେକ ପର୍ଯ୍ୟଟକ ବସିଥିଲେ ଆଉ ମାଙ୍କଡ଼ର ଏପରି କାର୍ଯ୍ୟକଳାପ ଦେଖି ହସୁଥିଲେ । କିନ୍ତୁ ଉକ୍ତ ମାଙ୍କଡ଼ମାନେ ଅନ୍ୟ ପର୍ଯ୍ୟଟକଙ୍କୁ କିଛି କରିନଥିଲେ । ଏହି ଘଟଣାରେ ଉକ୍ତ ଦୁଷ୍ଟ ବ୍ୟକ୍ତିଙ୍କୁ ମାମୁଲି ଆଘାତ ଲାଗିଛି । ତେବେ ମାଙ୍କଡ଼ମାନଙ୍କୁ କିଛି ବି ହୋଇନି । ସୂଚନା ଅନୁସାରେ ଏହି ଭିଡ଼ିଓ ୨୩ ଏପ୍ରିଲରେ ସୁଟ କରାଯାଇଛି । ଖବର ଅନୁସାରେ ପାଖରେ ବସିଥିବା ପର୍ଯ୍ୟଟକମାନେ ଯଦି ଦୁଷ୍ଟ ବ୍ୟକ୍ତିଙ୍କୁ ମାଙ୍କଡ଼ଙ୍କ ଠାରୁ ରକ୍ଷା କରିନଥାନ୍ତେ, ତେବେ ଘଟଣା ବିଗିଡ଼ିଯାଇଥାନ୍ତା ।