କନକ ବ୍ୟୁରୋ : ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଜଣେ ପିତାର ଅମାନୁଷିକ ଚେହେରା ସାମ୍ନାକୁ ଆସିଛି । ପତ୍ନୀ ଛେଳି ମାଂସ ରାନ୍ଧିବାରେ ବିଳମ୍ବ କରିବାରୁ ୪ବର୍ଷ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପିତା । ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସନ୍ଧ୍ୟାରେ ରାଜଧାନୀ ପାଟନାଠାରୁ ପାଖାପାଖି ୩୬୦କିମି ଦୂର ଏମୋୟୁର୍ ପୁଲିସ ଷ୍ଟେସନ୍ ଅଧିନରେ ଥିବା ଫକିରତୋଲି ଗ୍ରାମରେ ଘଟିଛି ।
ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଝିଅ ହତ୍ୟାକାରୀ ଶମ୍ଭୁଲାଲ ଶର୍ମାକୁ ଗିରଫ କରି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୂର୍ଣ୍ଣିଆ ସଦର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଶିଶୁକୁ ଏମୋୟୁର ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ । ସେଠାରେ ଶିଶୁକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଶର୍ମା ପତ୍ନୀର ଲିଖିତ ଅଭିଯୋଗ ମୁତାବକ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହତ୍ୟାକାରୀ ପିତା ଗୁଜୁରାଟରେ ଶ୍ରମିକ ଭାବେ କାମ କରେ । ଛଟ ପର୍ବ ପାଇଁ ସେ କାମରୁ ଘରକୁ ଆସିଥିଲା ।