ଆଜି ମୋଦିଙ୍କ “ମନ କୀ ବାତ’ର ୩୦ ତମ ସଂସ୍କରଣ ! ରେଡିଓରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିଲେ ମନର କଥା

50

କନକ ବ୍ୟୁରୋ : ‘ନ୍ୟୁ ଇଣ୍ଡିଆ’ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ୧୨୫ କୋଟି ଭାରତୀୟଙ୍କ ସ୍ୱପ୍ନ । ଦେଶର ସମସ୍ତ ନାଗରିକ ଏକ ପରିବର୍ତ୍ତିିତ ଓ ବିକଶିତ ଭାରତ ଦେଖିବାକୁ ଚାହୁଁଛନ୍ତି । ‘ନ୍ୟୁ ଇଣ୍ଡିଆ’ ଭାରତୀୟଙ୍କ ସାମର୍ଥ୍ୟ ବୃଦ୍ଧି କରିବା ସହ କୁଶଳୀ କରି ଗଢି ତୋଳିବ । ସେମାନେ ହିଁ ଭବ୍ୟ ଓ ଦିବ୍ୟ ଭାରତ ନିର୍ମାଣ କରିବେ ।

ଆଜି “ମନ କୀ ବାତ’୩୦ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ସଫଳତା ପରେ ପ୍ରଥମ ପାଇଁ ଦେଶବାସୀଙ୍କୁ ରେଡିଓ ଓ ଦୂରଦର୍ଶନରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପୁଣି ଥରେ ଡିଜିଟାଲ କାରବାର ଉପରେ ଜୋର ଦେଇ ସେ କହିଛନ୍ତି, ଦେଢ କୋଟି ଭାରତୀୟ ଡିଜିଟାଲ କାରବାରକୁ ଆପଣେଇ ସାରିଛନ୍ତି । ଡିଜିଟାଲ କାରବାର କଳା ଧନ ଓ ଦୁର୍ନୀତିକୁ ରୋକି ପାରିବ ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ସତ୍ୟାଗ୍ରହର ୧୦୦ ବର୍ଷର ପୂର୍ତ୍ତି ଅବସରରେ ସ୍ମୃତିଚାରଣ କରିଛନ୍ତି ମୋଦି । ସହିଦ ଭଗତ ସିଂହ, ଜୟୀ ରାଜଗୁରୁଙ୍କୁ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କ ବଳିଦାନକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ ।