ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା : ୬ ମହଲାରୁ ପଡି ପ୍ରାଣ ହରାଇଲେ ଯୁବକ, ସସପେନ୍ସରେ ମୃତ୍ୟୁ

Advertisment
ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା : ୬ ମହଲାରୁ ପଡି ପ୍ରାଣ ହରାଇଲେ ଯୁବକ, ସସପେନ୍ସରେ ମୃତ୍ୟୁ

IMAGE COURTESY-https://www.google.co.in

କନକ ବ୍ୟୁରୋ : ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା । ହସ୍ପିଟାଲର ୬ ମହଲା ଛାତରୁ ପଡି ରୋଗୀ ମୃତ୍ୟୁ । ମୃତ ରୋଗୀଙ୍କ ନାଁ ଟୁନା ବେହେରା । ଘର ଦେଓଗାଁର ମହୁଲଖୋଲ ବୋଲି ଜଣାପଡିଛି । ଗତକାଲି ଅଂଶୁଘାତର ଶିକାର ହୋଇଥିଲେ ଟୁନା । ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଡାକ୍ତରଖାନାର ତଳେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ ଡାକ୍ତରଖାନାର ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଡାକ୍ତରଖାନା ଛାତ ଉପରେ ବ୍ଲେଡ୍ ପଡିଥିବା ବେଳେ ପାଖରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏହାକୁ ନେଇ ଯୁବକଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରକୁ ଆସିଛି । ଶବ ଜବତ ପରେ ଘଟଣାର ଛାନଭିନ୍ ଆରମ୍ଭ କରିଛି ଢେଙ୍କାନାଳ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe