ମୁସଲମାନ ଡ୍ରାଇଭର ଯୋଗୁଁ କ୍ୟାନସେଲ ହେଲା କ୍ୟାବ୍ ! ଓଲା କହିଲା ଭାରତ ପରି ଆମେ ମଧ୍ୟ ଧର୍ମନିରପେକ୍ଷ

34

ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ ଦେଶ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଆମ ଦେଶ ଭାରତରେ ବିଭିନ୍ନ ଧର୍ମ, ବିଭିନ୍ନ ପରମ୍ପରା, ଜାତିର ଲୋକ ବସବାସ କରନ୍ତି । ଭାରତରେ ଅନେକ ଭାଷାରେ କଥାବାର୍ତ୍ତା ହୁଅନ୍ତି ଲୋକେ । ତଥାପି ନିଜ ନିଜ ଭିତରେ ସୌହାର୍ଦ୍ଧ୍ୟକୁ କେହି ଭୁଲନ୍ତି ନାହିଁ । ମିଳିମିଶି ଭାଇଚାରାରେ ଚଳନ୍ତି ଭାରତବାସୀ । ତେବେ ନିକଟରେ ଏପରି ଏକ ଘଟଣା ଘଟିଛି ଯେଉଁଛି ଧର୍ମକୁ ନେଇ ପ୍ରଶ୍ନ ଉଠିଛି । ଘଟଣାଟି ଘଟିଛି ଲକ୍ଷ୍ନୌରେ । ଭିନ୍ନ ଧର୍ମ ଯୋଗୁଁ ଜଣେ ଗ୍ରାହକ ଓଲା କ୍ୟାବ୍ କ୍ୟାନସେଲ କରିଦେଇଛନ୍ତି ।

ସୂଚନା ଅନୁସାରେ ଆପ୍ ମାଧ୍ୟମରେ ଟାକ୍ସି ସେବା ଯୋଗାଉଥିବା ଓଲା ପୁଣି ଚର୍ଚ୍ଚାରେ ଆସିଛି । ଏଥର କିନ୍ତୁ ଭଡ଼ା ବୃଦ୍ଧି କିମ୍ବା ଅନ୍ୟ କୌଣସି ସୁବିଧା ପାଇଁ ନୁହେଁ । ଡ୍ରାଇଭରଙ୍କ ପାଇଁ ହେଉଛି ଚର୍ଚ୍ଚା । ସୂଚନା ଅନୁସାରେ ଲକ୍ଷ୍ନୌର ଅଭିଷେକ ନାମକ ଜଣେ ବ୍ୟକ୍ତି ଓଲା କ୍ୟାବ୍ ବୁକ୍ କରିଥିଲେ । ହେଲେ ଡ୍ରାଇଭରଙ୍କ ନାଁ ଦେଖି ସେ କ୍ୟାବ କ୍ୟାନସେଲ କରିଦେଲେ । ଡ୍ରାଇଭରଙ୍କ ନାଁ ଥିଲା ମାସୁଦ ଅସଲମ୍ । ଡ୍ରାଇଭର ମୁସଲମାନ ହୋଇଥିବାରୁ ଅଭିଷେକ ତୁରନ୍ତି କ୍ୟାନସେଲ କରିଦେଇଥିଲେ । ତେବେ ଏସବୁ ପରେ ଓଲା କର୍ତ୍ତୃପକ୍ଷ କହିଛନ୍ତି, ସେ ତାଙ୍କ ଚାଳକ ଓ ଗ୍ରାହକଙ୍କ ସହ ଜାତି, ଧର୍ମ, ଆଧାରରେ କୌଣସି ଭେଦଭାବ କରନ୍ତିନାହିଁ ।

ସୂଚନା ଅନୁସାରେ ଅଭିଷେକ ନାମକ ଜଣେ ଗ୍ରାହକ କିଛି ଦିନ ପୂର୍ବରୁ ଓଲା କ୍ୟାବ କ୍ୟାନସେଲ କରିିଥିଲେ । ଏତିକିରେ ତାଙ୍କ ମନ ଶାନ୍ତି ହେଲାନି ଯେ କ୍ୟାନସେଲ ହୋଇଥିବା କ୍ୟାବ ସମ୍ମନ୍ଧିତ ସ୍କ୍ରିନସଟକୁ ଟ୍ୱିଟରରେ ପୋଷ୍ଟ କରି ଲେଖିଥିଲେ ଜିହାଦି ମାନଙ୍କୁ ମୁଁ ଟଙ୍କା ଦେବାକୁ ଚାହେଁନାହିଁ । ଅଭିଷେକଙ୍କ ଟ୍ୱିଟ ଭାଇରାଲ ହେବା ପରେ ଓଲା ଜବାବାରେ ଲେଖି ଆମ ଦେଶ ପରି ଓଲା ମଧ୍ୟ ଧର୍ମନିରେପେକ୍ଷ । ଆମେ ଡ୍ରାଇଭର କିମ୍ବା ଗ୍ରାହକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଗତ ଆଧାରରେ ଭେଦଭାବ କରୁନାହିଁ । ଆମେ ଆଶା କରୁଛୁ ଉଭୟେ ଉଭୟଙ୍କୁ ସମ୍ମାନ ଜଣାଇବେ ଓ ଭଲ ବ୍ୟବହାର କରିବେ ।