୮୦ବର୍ଷର ବୃଦ୍ଧାଙ୍କୁ କାଠ ଫାଳିଆରେ ନିସ୍ତୁକ ପିଟିଲା ଜନ୍ମକଲା ପୁଅ : ହେଲେ ପୁଅ ପ୍ରତି କମୁନି ମାଆର ମମତା, କହିଲେ ହୋଇଛି ସାମାନ୍ୟ ମାଡ଼

92

କନକ ବ୍ୟୁରୋ : ମା-ପୁଅଙ୍କ ସେହ୍ନ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ଶ୍ରବଣ କୁମାରଙ୍କଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀରାମଙ୍କ ଯାଏଁ । ମା’ ପାଇଁ ପୁଅ କ’ଣ କରିନପାରେ । ହେଲେ ଏସବୁ ପ୍ରେରଣା ଦାୟୀ କାହାଣୀ ଭିତରେ ବାଲେଶ୍ୱର ଜିଲ୍ଲରୁ ଆସିଛି ଏମିତି ଏକ ଖବର, ଯାହା ପୁଅ ଜନ୍ମ କରିଥିବା ମା-ବାପାଙ୍କୁ ପୁଣି ଥରେ ଚିନ୍ତା କରିବା ପାଇଁ ବାଧ୍ୟ କରିଦେବ । ପୁତ୍ର ମୋହରେ ଅନ୍ଧ ପାଲଟି ଯାଉଥିବା ମା-ବାପାଙ୍କ ଆଖି ଖୋଲି ଦେବ ।

ମଣିଷର ପଶୁ ଆଚରଣକୁ ଶବ୍ଦରେ ବର୍ଣ୍ଣନା କରିବା ସେତେବେଳେ ବହୁ କଷ୍ଟ ହୋଇଯାଏ, ଯେତେବେଳେ କିଛି ଲଜ୍ଜାଜନକ ଚିତ୍ର ସବୁ ସାମ୍ନାକୁ ଆସେ । ମଣିଷକୁ ମଣିଷ କହିବାରେ ବି ଲଜ୍ଜା ଲାଗେ, ଯେତେବେଳେ ନିଜ ଜନ୍ମକଲା ମା’କୁ ଅତି ନିର୍ଦ୍ଦୟ ଭାବରେ ମାଡ ମାରିବାକୁ ତିଳେ ହେଲେ ସଂକୋଚ କରେ ନାହିଁ ପୁଅ । ୮୦ ବର୍ଷର ବୃଦ୍ଧା, ଯିଏ ନିଜେ କ’ଣ କରୁଛନ୍ତି ଜାଣିବାକୁ ଠିକରେ ସକ୍ଷମ ନୁହଁନ୍ତି, ତାଙ୍କ କଥାକୁ ଧରି ଜଣେ ପୁଅ ଏତେବଡ କାଣ୍ଡ ଘଟାଇପାରେ ତାହା ଭାବିଲା ବେଳକୁ ଜଣେ ସଭ୍ୟ ସମାଜରେ ଜଣେ ଦମ୍ପତି ଅପୁତ୍ରିକ ହେବାକୁ ପସନ୍ଦ କରିବେ ସିନା ଏଭଳି ସନ୍ତାନର ବାପା-ମା’ ହେବାକୁ ହୁଏତ ଇଚ୍ଛା କରିବେ ନାହିଁ ।

basta

ପୁଅର ନୃଶଂସ ଆଚରଣ ଦେଖିଲା ପରେ ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥାଇପାରେ, ମା’ର ମନର କ’ଣ ବିତୁଥିବ । ହେଲେ ସେ ପରା ମା’ । ପୁଅର ସବୁ ଦୋଷତୃଟିକୁ ଘୋଡାଇ ଦେବା ପାଇଁ ନିଜ ଜୀବନକୁ ସିନା ବାଜି ଲଗାଇ ଦେବ, ହେଲେ ପୁଅ ବିରୁଦ୍ଧରେ ପଦୁଟିଏ କରିବାକୁ ମା’ର ପାଟି ଖୋଲୁନି । ବରଂ କହୁଛନ୍ତି- ଅଳ୍ପଟିକେ କ’ଣ ମାରିଛି ପୁଅ ।

ମା’ର ମହାନତା ଦେଖାଇ ତଥା ପୁଅ ସପକ୍ଷରେ ଯାଇ କହୁଛି, ଗାଁ ଲୋକ ଗୁଡାଏ କଥା କହୁଛନ୍ତି । ପୁଅ ଅଳ୍ପଟିକେ ମାରିଛନ୍ତି । ଆଉ ପ୍ରମାଣ ଦେବାକୁ ଯାଇ, ହାତଗୋଡ ଦେଖାଇ କହୁଛନ୍ତି-ଦେଖୁ ନାହିଁନ୍ତି, କାହିଁ କିଛି ମାଡର ତ ଚିହ୍ନବର୍ଣ୍ଣ ନାହିଁ । ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ବାଇତପଡ଼ା ଗାଁର । ଶ୍ରୀଧର ବାରିକଙ୍କ ପୁଅ ଗୌତମ ବାରିକକୁ ବାହା କରି ଇଏ ୩ମାସ ତଳେ ନୂଆ ବୋହୂ ଆଣିଛନ୍ତି । ଆଉ ବୋହୂ ଘର କାମରେ ତାଗିକ୍ କରିବାକୁ ନେଇ ଏହି ବୃଦ୍ଧା ମହିଳା ଜଣକ ନାତୁଣୀ ବୋହଙ୍କ କ’ଣ ପଦେ ଅଧେ କରିଦେଇଥିଲେ । ଜୀବନରେ ଥାନାର ଏରୁଣ୍ଡି ମାଡ଼ି ନଥିବା ବୃଦ୍ଧାଙ୍କୁ ଯେତେବେଳେ ପୁଅ ବିରୁଦ୍ଧରେ କହିବା ପାଇଁ ଥାନା ନିଆଯାଉଛି, ବୃଦ୍ଧାର ପାଦ ଆଗକୁ ବଢୁନି । ଆଉ ଶେଷରେ ଡାକ୍ତରଖାନା ଯିବା କହି ପୁଲିସ୍ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଛି । ମା’ର ମମତା ଭୁଲି ସୈତାନ ପାଲଟି ଯାଇଥିବା ଏହି କୁଳାଙ୍ଗାର ପୁଅକୁ ଏବେ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଛି ।