କ୍ୱାରେଣ୍ଟିନରୁ ଖସି ପଳାଇଥିଲା . . ଭଦ୍ରକରୁ ଆସି ଭୁବନେଶ୍ୱରରୁ ଧରାପଡ଼ିଲା । ଚାଲି ଚାଲି ଆସି ରାଜଧାନୀରେ ପହଞ୍ଚିଥିଲା ଅଭିଯୁକ୍ତ

9,570

କନକ ବ୍ୟୁରୋ : କ୍ୱାରେଣ୍ଟିନରୁ ଖସି ପଳାଇଥିବା ବ୍ୟକ୍ତି ଧରାପଡ଼ିଲା । ଭଦ୍ରକ କ୍ୱାରେଣ୍ଟିନରୁ ଖସି ପଳେଇ ଆସିଥିବା ବ୍ୟକ୍ତି ଭୁବନେଶ୍ୱର ଏଜି ଛକରୁ ଗିରଫ । ଭଦ୍ରକ ଟାଉନ ଥାନା ପୋଲିସ, ସ୍କୁଟି ସହ ଏହି ଚୋରକୁ ଠାବ କରିଛି । ଏବଂ ଗିରଫ କରିବା ପରେ ଭଦ୍ରକରେ ଥିବା କ୍ୱାରେଣ୍ଟିନ ଗୃହକୁ ପଠାଇ ଦେଇଥିଲା । ଗତ ଚାରି ଦିନ ହେବ ଚୋର ଭଦ୍ରକରୁ ପଳେଇ ଆସି ଭୁବନେଶ୍ୱରରେ ବୁଲୁଥିଲା ।

ପୋଲିସ ସେଠାରେ ଜଗିଥିବା ବେଳେ ତାକୁ ଚକମା ଦେଇ ୪ ଦିନ ଧରି ଚାଲି ଚାଲି ଆସି ପହଁଚିଥିଲା ଭୁବନେଶ୍ୱର । ଡ୍ୟୁଟିରେ ଥିବା ଏସଏସବି ହାବିଲଦାର ତାକୁ ଖାଇବାକୁ ଦେବା ସମୟରେ ଚିହ୍ନି ନେଇଥିଲେ । ଏହି ଚୋର ସେହି ହାବିଲଦାରଙ୍କ ଗାଡି ଚୋରି କରି ଫେରାର ହୋଇଯାଇଥିଲା ।