ଶେଷ ମୁହୂର୍ତ୍ତରେ ମମତାଙ୍କ ୟୁଟର୍ଣ୍ଣ : ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମନାକଲେ ଦିଦି

536

କନକ ବ୍ୟୁରୋ : ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସାମରୋହରେ ସାମିଲ ହେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେତେବେଳେ କଣ କହୁଛନ୍ତି ସେଥିରେ କିଛି ସ୍ଥିରତା ରହୁନି । ପୂର୍ବରୁ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଗତ କାଲି ମମତା କହିଥିବେଳେ ଆଜି ନିଜର ମନ ବଦଳାଇଛନ୍ତି ।  ଏହି ସମାରୋହରେ ସେ ଯୋଗ ଦେବେନାହିଁ ବୋଲି ସେ କହିଛନ୍ତି । ଶପଥ ସମାରୋହକୁ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ନିହତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କ ସାମିଲ କରାଯିବାକୁ ସେ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବର ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ସେ ନିଜର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।

ଏକ ଚିଠି ଜାରି କରି ମମତା ଲେଖିଛନ୍ତି, ନୂଆ ପ୍ରଧାନମନ୍ତ୍ରୀ ଅନେକ ଅନେକ ଶୁଭେଚ୍ଛା । ଶପଥ ଗ୍ରହଣ ସମାରୋହରେ ଯୋଗଦେବି ବୋଲି ପୂର୍ବରୁ କହିଥିଲି । ହେଲେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ବିଜେପିର ୫୪ ଜଣ କର୍ମୀଙ୍କ ହତ୍ୟା ହୋଇଥିବା କହୁଥିବା  କଥା ସତ ନୁହେଁ । ବିଜେପି ସରକାର ମିଛ କହି ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ପଶ୍ଚିବଙ୍ଗରେ କୌଣସି ରାଜନେଅତିକ ହତ୍ୟା ହୋଇନାହିଁ ।

ପାରିପାରିକ ଝଗଡ଼ା, ଷଡ଼ଯନ୍ତ୍ର ଯୋଗୁଁ ହତ୍ୟା ହୋଇଛନ୍ତି । ରାଜନୀତି ସହ ଉକ୍ତ ହତ୍ୟାକାଣ୍ଡ ଗୁଡ଼ିକର କୌଣସି ସମ୍ମନ୍ଧ ନାହିଁ । ବିଜେପିର ଏହି ଅଭିଯୋଗରେ ମର୍ମାହତ ହୋଇ ସେ ନିଜର ଦିଲ୍ଲୀ ଗସ୍ତକୁ ବାତିଲ କରିଦେଇଛନ୍ତି । ଗତକାଲି ଟିଏମସିର ୨ଜଣ ବିଧାୟକ ଓ ୫୦ରୁ ଅଧିକ କାଉନସିଲର ବିଜେପିରେ ଯୋଗ ଦେଇଥିଲେ । ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା ।