ଟିଏମସିର ନିରାଶାଜନକ ପ୍ରଦର୍ଶନ ପରେ ଇସ୍ତଫା ପ୍ରସ୍ତାବ ଦେଲେ ମମତା : କହିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନି

3,344

କନକ ବ୍ୟୁରୋ : ପଶ୍ଚିବଙ୍ଗରେ ସତ୍ତାରୂଢ଼ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ନିରାଶାଜନକ ପ୍ରଦର୍ଶନ କରିଛି । ଦିଦିଙ୍କ ଗଡ଼ରେ ଧସେଇ ପଶିଛି ବିଜେପି । ମୋଦି ସୁନାମୀରେ ଦିଦି ତିଷ୍ଠି ପାରିଲେ ନାହିଁ ମମତା । ୨୦୧୪ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଦେଖିଲେ ଏହା ସ୍ୱଷ୍ଟ ଜଣା ପଡ଼ୁଛି । ଗତ ନିର୍ବାଚନରେ ୩୪ ଟି ସିଟ୍ ହାତେଇ ଥିବାବେଳେ ଚଳିତ ନର୍ବାଚନରେ ମାତ୍ର ୨୨ଟି ଆସନ ହାସଲ କରିପାରିଛି ମମତା ବନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି । ଅନ୍ୟପଟେ ବିଜେପି ୧୮ ଟି ଆସନ ଅକ୍ତିଆର କରିନେଇଛି ।

ବିଜେପି ପାଇଁ ଏହି ସଫଳତା ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ୨୦୧୪ ନିର୍ବାଚନରେ ମାତ୍ର ୨ଟି ହାସଲ କରିଥିଲା । ଫଳାଫଳ ଆସିବା ପରେ ଦଳ ଏବେ ବିଶ୍ଳେଷଣ ଆରମ୍ଭ କରିଦେଇଛି । ଫଳାଫଳ ଆସିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ମମତା । ସେ ବିଜେପିର ପ୍ରଦର୍ଶନରେ ଖୁବ ଆହତ ହୋଇପଡ଼ିଛନ୍ତି । ଟିଏମସିର ଖରାପ ପ୍ରଦର୍ଶନ ପରେ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

କୋଲକତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ବୈଠକ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ରୂପରେ ଆଉ କାମ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ସେ କହିଛନ୍ତି କେନ୍ଦ୍ରୀୟ ଶକ୍ତି ଆମ ବିରୋଧରେ କାମ କରୁଛି । ସମାଜକୁ ହିନ୍ଦୁ , ମୁସଲମାନ ଭୋଟରେ ବଂଟି ଦିଆଯାଇଛି । ନିର୍ବାଚନ କମିସନଙ୍କ ନିକଟରେ ଅନେକ ଅଭିଯୋଗ କରିଥିଲେ ହେଁ, କେନ୍ଦ୍ର ବିରୋଧରୋ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ନିର୍ବାଚନ କମିସନ୍ ସମ୍ପୂର୍ଣ୍ଣ ଭାବେ ବିଜେପି ପ୍ରଭାବରେ ରହିଛି ।