ଟିଏମସିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ! ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଲେ ମମତା ବାନାର୍ଜୀ

185

କନକ ବ୍ୟୁରୋ : ଟିଏମସି ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଏଥର ୪୧ ପ୍ରତିଶତ ମହିଳାଙ୍କୁୁ ଟିକେଟ ଦିଆଯାଇଛି । ତୃଣମଳ କଂଗ୍ରେସ ଅଭିନେତ୍ରୀ ମୁନମୁନ ସେନଙ୍କୁ ଆସନସୋଲ ଠାରୁ ପ୍ରାର୍ଥୀ ଘୋଷଣା କରିଛି । ଦାର୍ଜିଲି ଲୋକସଭା କ୍ଷେତ୍ରରୁ ଅମର ସିଂ ରାୟ ଟିଏମସିର ପ୍ରାଥୀ ହୋଇଛନ୍ତି । ସେପଟେ କୃଷ୍ଣାନଗରରୁ ମହୁଆ ମିତ୍ରାଙ୍କୁ ଲୋକସଭା ପ୍ରାର୍ଥୀ ଚୟନ କରାଯାଇଛି । କୋଚ ବିହାରରୁ ପରେଶ ଚନ୍ଦ୍ରାଧିକାରୀ ଓ ଇସଲାମାପୁରରୁ କନାଇଲାଲ ଅଗ୍ରୱାଲଙ୍କୁୁ ଟିକେଟ ଦିଆଯାଇଛି ।

ମମତା ବାନାର୍ଜୀ ରାଜ୍ୟରେ ଲୋକସଭାର ସମସ୍ତ ୪୨ ସିଟ ପାଇଁ ତୃଣମୂଳ କଂଗ୍ରେସ ପ୍ରାଥୀଙ୍କ ତାଲିକା ଜାରି କରିଦେଇଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ସାଂସଦ ଥିବା ୧୦ ଜଣଙ୍କୁ ମିଳିନି ଟିକେଟ୍ । ମମତା ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ କରି ଦାବି କରିଛନ୍ତି ଭିଭିଆପ ମତଦାତାଙ୍କୁ ଲାଂଚ ଦେବାପାଇଁ ହେଲିକପ୍ଟର ଓ ଚାଟାର୍ଡ଼ ବିମାନେ ଜରିଆରେ ଧନ ପହଞ୍ଚାଯାଉଛି । ଏହାବ୍ୟତୀତ ତାଲିକା ଜାରି କରି ମମତା, ରାଫଲ ସଉଦା, କୃଷି ସଙ୍କଟ ଓ ରୋଜଗାର ଆଦିଁ ବିଭିନ୍ନ ମୁଦ୍ଦା ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ।

image courtesy – www.theweek.in

ତୃଣମୃଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ତାଲିକାରେ ଯେଉଁମାନଙ୍କ ନା ନାହିଁ, ତାଙ୍କୁ ଦଳର ଅନ୍ୟାନ୍ୟ କାମରେ ନିୟୋଜିତ କରାଯିବ । ଏହି ତାଲିକାରେ ୪୧ ପ୍ରତିଶତ ମହିଳା ନାମ ଥିବା ସ୍ପଷ୍ଟ କରିଛନ୍ତି ମମତା । ତୃଣମୃତ କଂଗ୍ରେସ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଆଣ୍ଡାମାନରେ ମଧ୍ୟ କିଛି ସିଟରୁ ନିର୍ବାଚନ ଲଢ଼ିବ ବୋଲି ମମତା କହିଛନ୍ତି ।