ମମତାଙ୍କ ଫୋକସରେ ୨୦୨୧ ! ପ୍ରଶାନ୍ତ କିଶୋରଙ୍କ ରଣନୀତି ସହ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ଦିଦି, ୨୧ ଜୁଲାଇରେ ଶକ୍ତି ପ୍ରଦର୍ଶନ କରିବ ଟିଏମସି

197

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ତୃଣମୂଳ କଂଗ୍ରେସ । ମମତାଙ୍କ ଫୋକସରେ ୨୦୨୧ ବିଧାନସଭା ନିର୍ବାଚନ । ଲୋକସଭା ନିର୍ବାଚନରେ ଫଳାଫଳ ଦେଖି ବିଧାନସଭା ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।୨୧ ଜୁଲାଇରେ ଆୟୋଜିତ ହେବ ତୃଣମୂଳ କଂଗ୍ରେସର ବାର୍ଷିକ ସମାରୋହ । ସମାରୋହରେ ଏକ ବିଶାଳ ରାଲି କରି ତୃଣମୂଳ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବ । ବିଧାନସଭା ନିର୍ବାଚନ ପାଇଁ ସେହିଦିନ ଠାରୁ ବିଗୁଲ ଫୁଙ୍କିବ ତୃଣମୂଳ କଂଗ୍ରେସ । ବିଗତ କିଛି ଦିନ ମଧ୍ୟରେ ବିଜେପି ପଶ୍ଚିବଙ୍ଗରେ ନିଜର ସ୍ଥିତି ଜାହିର କରିଆସୁଛି । ରାଜ୍ୟରେ ବିଜେପିକୁ ମାତ୍ ଦେବା ସହ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜୟ ହାସଲ ପାଇଁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋଙ୍କୁ ଦାୟିତ୍ୱ ଅର୍ପଣ କରିଛି ।

ପ୍ରଶାନ୍ତଙ୍କୁ ଭରସା କରି ୨୦୨୧ ନିର୍ବଚନୀ ବୈତରଣୀ ପାର କରିବା ପାଇଁ ଚେଷ୍ଟା କରୁ ମମତା  କରୁଛନ୍ତି । ଟିଏମସି ରାଜ୍ୟରେ ବିଜେପିର ପ୍ରଭାବକୁ ରୋକିବା ପାଇଁ ୨୦୨୧ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସହାୟତା ନେଇଛନ୍ତି ମମତା । ପ୍ରଶାନ୍ତ କିଶୋରଙ୍କ ଅଭିଜ୍ଞତାକୁ ପାଥେୟ ଗଡ଼ ରକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଟିଏମସିର ଜଣେ ପୁରୁଖା ନେତା କହିଛନ୍ତି,ରାଜ୍ୟରେ ଦଳ ପାଇଁ କିଛି ଚ୍ୟାଲେଞ୍ଜ ନାହିଁ । ୨୧ ଜୁଲାଇରେ ହେବାକୁ ଥିବା ରାଲି ବିଗତ ୨୬ ବର୍ଷ ମଧ୍ୟରେ ହୋଇଥିବା ରାଲି ଠାରୁ ବଡ଼ ହେବ । ପ୍ରଶାନ୍ତ କିଶୋର ଟିଏମସି ନେତାଙ୍କୁ ଲଗାତାର ସାକ୍ଷାତ କରୁଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ଦିଦିଙ୍କୁ ବିଜୟୀ କରାଇବା ଲକ୍ଷ୍ୟରେ ଲାଗିପଡ଼ିଛନ୍ତି ନିର୍ବାଚନୀ ରଣନୀତିଜ୍ଞ । ତେବେ ବିଧାନସଭା ନିର୍ବାଚନରେ କ୍ଷତିରୁ ରକ୍ଷା ପାଇବା ପାଇଁ ୨୦୨୧ ପୂର୍ବରୁ ନିର୍ବାଚନ କରାଇ ପାରନ୍ତି ବୋଲି ମଧ୍ୟ ଶୁଣିବା ପାଇଁ ମିଳୁଛି ।

ସୂଚନାଯୋଗ୍ୟ ୨୦୧୪ରେ ବିଜେପିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର । ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୨ରେ ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରିଥିଲେ । ତେବେ ପରେ ଅମିତ ଶାହଙ୍କ ସହ ମନୋମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିହାର ନିର୍ବାଚନ ସମୟରେ ନୀତିଶ କୁମାରଙ୍କ ସହ ଯୋଡ଼ି ହୋଇଥିଲେ । ଜେଡ଼ିୟୁରେ ସାମିଲ ହେବାପୂର୍ବରୁ ନିର୍ବାଚନୀ ପରାମର୍ଶଦାତା ବା ରଣନୀତିକାର ଭାବେ ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ କଂଗ୍ରେସକୁ ସାହାଯ୍ୟ କରିଥିଲେ ପ୍ରଶାନ୍ତ କିଶୋର ।