କରୋନା ପାଇଁ ଗଜପତିରେ କଡା କଟକଣା : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି ସମସ୍ତ ମଲ୍, ଆଇନ୍ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

319

କନକ ବ୍ୟୁରୋ : କରୋନା ପାଇଁ ଗଜପତିରେ କଡା କଟକଣା । ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି ସମସ୍ତ ମଲ୍ । ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଗଜପତି ଜିଲ୍ଲାରେ ମଲ୍ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ସେହିପରି ଆଜି ଠାରୁ କଟକ-ଭୁବନେଶ୍ୱର ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ସପିଂ ମଲ । ଓଡିଶା ସହରାଞ୍ଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ । ଏଥିପାଇଁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିବା ଟ୍ୱିଟରରେ କୁହାଯାଇଛି । ଏପରିକି କମିଶନରେଟ ପୋଲିସ ଅଂଚଳରେ ଯେଭଳି କୌଣସିି ମଲ ଖୋଲାନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ମୁକାବିଲା ମୂଳକ ପଦକ୍ଷେପ ନେଇଛନ୍ତି ।

କରୋନା ଭୂତାଣୁ ସଂକ୍ରମଣରୁ କେମିତି ନିଜ ହାତକୁ ସଫା ରଖିବେ . . 

ପ୍ରଥମେ ଦୁଇ ହାତକୁ ଭଲଭାବେ ରନିଂ ୱାଟର ବା ଚଳନ୍ତା ପାଣିରେ ଧୁଅନ୍ତୁ । ଅର୍ଥାତ ଟ୍ୟାପ ପାଣିରେ ସଫା କରନ୍ତୁ । ପ୍ରଚୁର ମାତ୍ରାରେ ସାବୁନ ନେଇ ଦୁଇ ହାତରେ ଭଲଭାବେ ବୋଳି ଦିଅନ୍ତୁ । ପାପୁଲିରେ ପାପୁଲି ମିଶାଇ ଭଲଭାବେ ରଗଡି ଦିଅନ୍ତୁ । ବାମ ପାପୁଲିର ଉପର ପଟ ଓ ଆଙ୍ଗୁଠି ସନ୍ଧିକୁ ଡାହାଣ ହାତର ପାପୁଲି ଓ ଆଙ୍ଗୁଠି ସାହାଯ୍ୟରେ ରଗଡି ଦିଅନ୍ତୁ । ଏବେ ଡାହାଣ ପାପୁଲିରେ ସମାନ କୌଶଳ ଆପଣାନ୍ତୁ । ପାପୁଲି ସହ ପାପୁଲି ଓ ଆଙ୍ଗୁଠି ସହ ଆଙ୍ଗୁଠି ମିଶାଇ ରଗଡନ୍ତୁ । ଦୁଇ ପାପୁଲିର ଆଙ୍ଗୁଠିକୁ ଅଧା ମୁଠା କରି ପରସ୍ପର ବିରୋଧରେ ରଗଡନ୍ତୁ । ଦୁଇ ହାତ ବୁଢା ଆଙ୍ଗୁଠିକୁ ଗୋଟିକ ପରେ ଗୋଟିଏ ରଗଡନ୍ତୁ । ଆଙ୍ଗୁଠିର ଅଗ୍ରଭାଗକୁ ପାପୁଲି ଉପରେ ରଖା ଭଲଭାବେ ରଗଡନ୍ତୁ । ଏବେ ପୁଣିଥରେ ଚଳନ୍ତା ପାଣିରେ ଦୁଇ ହାତର ସାବୁନକୁ ଭଲଭାବେ ସଫା କରିନିଅନ୍ତୁ । ଶୁଖିଲା ତଉଲିଆରେ ଦୁଇ ହାତକୁ ପୋଛି ସଫା କରନ୍ତୁ । ଏବଂ ସେହି ତଉଲିଆରେ ପାଣି ଟ୍ୟାପକୁ ବନ୍ଦ କରନ୍ତୁ ।